Latest Odisha News

ବିଜେପୁର ଉପନିର୍ବାଚନ ଭୋଟଗଣତି: ୧୮ ରାଉଣ୍ଡ ସୁଦ୍ଧା ବିଜେଡି ଆଗରେ

ବରଗଡ: ବରଗଡ ଜିଲ୍ଲା ଲୋକସଭା ଅର୍ନ୍ତଗତ ବିଜେପୁର ଉପ ନିର୍ବାଚନ ଲାଗି ଭୋଟଗଣତି ଗୁରୁବାର ଦିନ ଜାରି ରହିଥିବାବେଳେ ୧୮ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ ରହିଛି ।

ପ୍ରାପ୍ତ ସୂଚନାନୁଯାୟୀ ଆଜି ଆଜି ଭୋଟ୍ ଗଣତିର ୧୭ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ଖାତାରେ ୧,୧୪,୯୦୧ ଖଣ୍ଡ ଭୋଟ ପଡିଥିବାବେଳେ ବିଜେପିର ୩୧,୬୭୨ ଏବଂ କଂଗ୍ରେସ ୪୮୭୨ ଖଣ୍ଡ ଭୋଟ୍ ହାତେଇପାରିଛି ।

ଏହି ଆସନ ନିକଟରେ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହୋଇଥିଲା ।

Leave A Reply

Your email address will not be published.