Latest Odisha News

BREAKING NEWS

ସୋସିଆଲ ମିଡିଆରେ ରଣବୀର ଓ ଆଲିଆଙ୍କ ବାହାଘର କାର୍ଡ !

ମୁମ୍ବାଇ: ନିଜ ପ୍ରେମ ପାଇଁ ବର୍ଷସାରା ଚର୍ଚ୍ଚାରେ ରହି ଆସିଛନ୍ତି ରଣବୀର ଓ ଆଲିଆ । ବିଭିନ୍ନ କାରଣ ପାଇଁ ବି-ଟାଉନର ଚର୍ଚ୍ଚିତ ଯୋଡି ସାଜିଥିବା ରଣବୀର ଓ ଆଲିଆ ଆଗାମୀ ୨୦୨୦ ଜାନୁଆରୀ ୨୨ରେ ବିବାହ କରିବାକୁ ଯାଉଛନ୍ତି । ଏକଥା ଆମେ କହୁନୁ ଆଜ୍ଞା, ରଣବୀର ଓ ଆଲିଆଙ୍କ ଭାଇରାଲ ବିବାହ ନିମନ୍ତ୍ରଣ ପତ୍ରରେ ଏହା ଉଲ୍ଲେଖ ରହିଛି ।

ରଣବୀର ଓ ଆଲିଆଙ୍କ ବିବାହର ଏହି କାର୍ଡ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି କାର୍ଡରେ କେବଳ ରଣବୀର ଓ ଆଲିଆଙ୍କ ବିବାହ ତାରିଖ ନୁହେଁ ଏହାସହ ବିବାହ ସ୍ଥାନ ଯୋଧପୁରର ଉମେଧ ଭବନ ବୋଲି ମଧ୍ୟ ଉଲ୍ଲେଖ ରହିଛି ।

କିନ୍ତୁ ଏହି କାର୍ଡକୁ ଭଲ ଭାବରେ ଯାଞ୍ଚ କରାଯିବା ପରେ ଏହି କାର୍ଡଟି ନକଲି ବୋଲି ଜଣାପଡିଛି ।

ଆଉଥରେ କାର୍ଡଟିକୁ ଭଲଭାବେ ଦେଖନ୍ତୁ…
ଏଥିରେ ଆଲିଆ ଭଟ୍ଟଙ୍କ ନାମ ଇଂରାଜୀରେ ‘Alia’ ପରିବର୍ତ୍ତେ ‘Aliya’ ଲେଖାଅଛି । ସେହିପରି କାର୍ଡରେ ଆଲିଆଙ୍କ ପିତାଙ୍କ ନାମ ‘ମହେଶ ଭଟ୍ଟ’ ପରିବର୍ତ୍ତେ ମୁକେଶ ଭଟ୍ଟ ବୋଲି ଲେଖାଅଛି । ଆହୁରି ମଧ୍ୟ ଜାନୁଆରୀ ୨୨କୁ ’22nd’ ବଦଳରେ ’22th’ ଲେଖାଅଛି ।

ତେବେ ଦୁଇ ଲଭବାର୍ଡଙ୍କ ଏହି ବିବାହ କାର୍ଡ ଭାଇରାଲ ହେବା ପରେ ସେମାନଙ୍କ ବିବାହକୁ ନେଇ ଫ୍ୟାନ୍ସମାନେ ବେଶ୍ ଉତ୍ସାହିତ ହୋଇପଡିଥିଲେ ।

Leave A Reply

Your email address will not be published.