Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଟିକଟକ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର: ଆଜିର ଯୁବ ପିଢିଙ୍କୁ ଘାରିଛି ଟିକଟକ ନିଶା । କିଛିଦିନ ତଳେ ଟିକଟକ ଭିଡ଼ିଓ ସୁଟିଂ କରୁକରୁ ୨ ମହଲା ଛାତରୁ ପଡି ଜଣେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ଏବେ ପୁଣି ଚର୍ଚ୍ଚାର ପରିସର ମଧ୍ୟକୁ ଟାଣି ହୋଇ ଆସିଛି ଟିକଟକ ।

ରାସ୍ତା ଘାଟ, ପାର୍କ ଯେଉଁଠି ଦେଖ ସେଇଠି ଟିକଟକ ପ୍ରେମୀ ମାନେ ହାତରେ ମୋବାଇଲ ଧରି ଭିଡ଼ିଓ ସୁଟିଂରେ ବ୍ୟସ୍ତ । ତେବେ ରାସ୍ତାଘାଟରୁ ଏହି ଟିକଟକ ଭିଡିଓ ସୁଟିଂ ଏବେ ପହଞ୍ଚିଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟରେ ।

ତେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟରେ ରେକର୍ଡ଼ିଂ ହୋଇଥିବା ଏହି ଟିକଟକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 

View this post on Instagram

 

A post shared by Hareem Shah (@hareem.shah123) on

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କାର୍ଯ୍ୟାଳୟ ମଧ୍ୟରେ ସୁଟିଂ ହୋଇଛି ଏହି ଭିଡିଓ । ଏହି ଭିଡ଼ିଓଟିକୁ ସୁଟିଂ କରିଛନ୍ତି ହରିମ ଶାହ ବୋଲି ଜଣେ ପାକିସ୍ତାନୀ ମହିଳା ।

 

View this post on Instagram

 

A post shared by Hareem Shah (@hareem.shah123) on

ହରିମ୍‌ ପାକିସ୍ତାନର ‘ଫରେନ୍‌ ମିନିଷ୍ଟ୍ରୀ ଅଫିସ’ର କନ୍‌ଫରେନ୍ସ ହଲ୍‌ରେ ବୁଲି ବୁଲି ଏହି ବିବାଦୀୟ ଭିଡିଓକୁ ସୁଟିଂ କରିଛନ୍ତି। ଏହି ସରକାରୀ ବିଲିଡିଂରେ ହାଇ ସିକ୍ୟୁରିଟି ଥିବା ପରେ କିଭଳି ଭାବେ ମହିଳା ଜଣକ ସେଠାରେ ପ୍ରବେଶ କରି ଟିକ୍‌ଟକ୍‌ ଭିଡିଓ ସୁଟିଂ କଲେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave A Reply

Your email address will not be published.