Latest Odisha News

BREAKING NEWS

ବାନ୍ଧକଳାରେ ବିଜୁ ବାବୁଙ୍କ ଫଟୋ ଚିତ୍ର

ଭୁବନେଶ୍ୱର: ସୁବର୍ଣ୍ଣପୁରର ବାନ୍ଧକଳା ସାରା ବିଶ୍ବରେ ପରିଚିତ ହୋଇପାରିଛି। ଏଠାକାର ବାନ୍ଧକଳା କାରିଗର ବିଭିନ୍ନ ପ୍ରକାର ବାନ୍ଧ ଡିଜାଇନ କରି ଚର୍ଚ୍ଚାରେ ମଧ୍ୟ ଆସିଛନ୍ତି ।

ନିକଟରେ ହିନ୍ଦୀ ଚଳଚିତ୍ର ଅଭିନେତ୍ରୀ ବିଦ୍ୟା ବାଲାନ ସୋନପୁରରେ ତିଆରି ବାନ୍ଧଶାଢୀ ପିନ୍ଧୀ ଚର୍ଚ୍ଚାରେ ଆସିଥିଲେ । ଏବେ ପୁଣି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଫଟୋ ଚିତ୍ରକୁ ତିଆରି କରି ଚର୍ଚ୍ଚାରେ ଆସିଛନ୍ତି ଅନ୍ୟ ଏକ କଳାକାର ।

ଜିଲ୍ଲାର ବୀରମହାରାଜପୁର ବ୍ଲକ କେନ୍ଦୁପାଲି ଗାଁର ବିଶିଷ୍ଠ ବାନ୍ଧଶିଳ୍ପୀ ଓ ବୁଣାକାର ପଞ୍ଚାନନ ମେହେର ବିଜୁ ପଟ୍ଟନାୟକଙ୍କ ଓ୍ବାଲ ହେଙ୍ଗିଙ୍ଗ ନିର୍ମାଣ କରିଛନ୍ତି । ସାରା ପରିବାର ଲକ ଡାଉନ ସମୟକୁ ଉପଯୋଗ କରି ଦୀର୍ଘ ଛଅ ମାସ ଅକ୍ଲାନ୍ତ ପରିଶ୍ରମ କରି ଏହି ଡିଜାଇନ ତିଆରି କରି ନବୀବାନ ବାବୁଙ୍କୁ ଉପହାର ଦେବାପାଇଁ ଯୋଜନା କରିଛନ୍ତି ।
ବାନ୍ଧ କଳା ଭିତରେ ପାଟ । ଆଉ ପାଟ ଭିତରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଫଟୋ ଚିତ୍ରକଳା ।

Biju Babuପ୍ରାୟ ଆଠମାସ ପୂର୍ବରୁ କରୋନା ପାଇଁ ସରକାର ଲକଡାଉନ ଘୋଷଣା କରିଥିଲେ, ଯାହା ଫଳରେ ବୁଣାକାର ମାନଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିଲା । ସୁତା ମିଳିଲା ନାହିଁ ଯାହା ଫଳରେ ଲୁଗା ବୁଣିବା ସମ୍ଭବ ହୋଇ ପାରୁ ନ ଥିଲା ।

ଏପରିକି ଯାହା ଲୁଗା ବା ବାନ୍ଧ ବାନ୍ଧି ରଖିଥିଲେ ତାହ ମଧ୍ୟ ଆଜି ପର୍ଯ୍ୟନ୍ତ ବିକ୍ରି ହୋଇ ପାରୁନାହିଁ ବୋଲି ପ୍ରକାଶ କରିଛନ୍ତି। ଏଭଳି ସମୟରେ କିଛି ନୂଆ ଜିନିଷ କରିବାର ଚିନ୍ତା କରି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଏକ ଫଟୋଚିତ୍ରକୁ ଦେଖି ପ୍ରଥମେ ଏକ ଗ୍ରାପ୍ କାଟି ତାକୁ ପାଟସୁତାରେ ବାନ୍ଧିବା ସହ ୮ଟି ରଙ୍ଗରେ ରଙ୍ଗ କରି ବୁଣିବା ଆରମ୍ଭ କଲେ ।

ଏହି କାମ କରିବାକୁ ପ୍ରାୟ ଛଅ ମାସ ଲାଗିଥିଲା । ଲକଡାଉନ୍ ଯୋଗୁଁ ପାଠପଢ଼ା ବନ୍ଦ ରହିଛି । ସେଥିପାଇଁ ପରିବାର ସମସ୍ତେ ମିଶି ବିଜୁ ବାବୁଙ୍କ ଏକ ଓ୍ବାଲହେଙ୍ଗିଙ୍ଗ ତିଆରି କରି ନବୀନ ବାବୁଙ୍କୁ ଉପହାର ଦେବା ପାଁଇଁ ମନସ୍ତ କଲେ ।

ଛଅ ମାସ ଅକ୍ଲାନ୍ତ ପରିଶ୍ରମ କରି ସ୍ତ୍ରୀ ଭାରତୀ , ଦୁଇ ପୁଅ ଗଣେଶ, ମିଲନ ଓ ଝିଅ ରଚନା ସମସ୍ତଙ୍କ ପରିଶ୍ରମ ପରେ ଆଜି ଏହି କାମ କରିବାରେ ସଫଳ ହୋଇଛୁ ବୋଲି କହିଛନ୍ତି ପଞ୍ଚାନନ।

ପାରମ୍ପାରିକ ବାନ୍ଧ ଡିଜାଇନରେ କାରୀଗରମାନେ ନୂତନ ସ୍ପର୍ଶ ଦେଇଥିବା ବେଳେ କଳା କୌଶଳରେ ପ୍ରସ୍ତୁତ କରାଯାଇଥିବା ଏହି ଓ୍ବାଲ ହେଙ୍ଗିଙ୍ଗରେ ବ୍ୟବସାୟିକ ଲାଭ ଆଶା ନ କରି ପୃଥିବୀ ପ୍ରସିଦ୍ଧ ଜଣେ ରାଜନେତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଏଭଳି ଏକ ଓ୍ବାଲହେଙ୍ଗିଙ୍ଗ ତିଆରି କରି ସାରା ପରିବାର ଖୁସୀବ୍ୟକ୍ତ କରିଛନ୍ତି ।

ଏପରିକି ଏହି ଓ୍ବାଲହେଙ୍ଗିଙ୍ଗକୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସ ଯାଇ ଉପହାର ସ୍ବରୂପ ପ୍ରଦାନ କରିବି ବୋଲି ଆଶା ବାନ୍ଧିଛନ୍ତି ବାନ୍ଧଶିଳ୍ପୀ ପଞ୍ଚାନନ ମେହେର ।

ତେବେ ପଞ୍ଚାନନଙ୍କ ଏଭଳି ଉଦ୍ୟମକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି । ବୟନଶିଳ୍ପର ସାମ୍ରାଜ୍ୟ ଭାବେ ପରିଚୟ ପାଇଛି ସୁବର୍ଣ୍ଣପୁର । ଏଠାକାର ଶିଳ୍ପୀମାନଙ୍କ ଯାଦୁକରୀ ହାତର ସ୍ପର୍ଶରେ ପ୍ରସ୍ତୁତ ହେଉଛି ବାନ୍ଧକଳା କାରିଗରୀରେ ସୋନପୁର ସୂତାର ପାଟ ବସ୍ତ୍ର ।

 

Leave A Reply

Your email address will not be published.