Latest Odisha News

BREAKING NEWS

ୱେବ୍ ସିରିଜ୍ ବ୍ରେଥ୍‌-୩ରେ ଆସୁଛନ୍ତି ରବି ଦୁବେ !

ମୁମ୍ବାଇ: ମନୋରଂଜନ ଦୁନିଆରେ ରବି ଦୁବେଙ୍କ ନାଁ କିଛି ନୂଆ ନୁହେଁ । ଜମାଇ ରାଜା ଭଳି ଟିଭି ସିରିଜ୍ ଜରିଆରେ ଏହି ଅଭିନେତା ଘରେଘରେ ପରିଚିତ ହୋଇଥିଲେ । ତା ଛଡା ରିୟାଲିଟି ସୋରେ ବି ତାଙ୍କ ନିଆରା ହୋଷ୍ଟିଂ ଖୁବ ଇମ୍ପ୍ରେସିଭ ହୋଇପାରିଥିଲା । ତେବେ ଆଗାମୀ ଦିନରେ ଏହି ଅଭିନେତା ଏକ ପପୁଲାର ତଥା ସୁପରହିଟ୍ ୱେବ୍ ସିରିଜ୍‌ର ସିଜିନ୍‌-୩ରେ ନଜର ଆସିବେ ।

ବ୍ରେଥ୍ ଭଳି ସୁପରହିଟ୍ ୱେବ୍ ସିରିଜ୍‌ର ପ୍ରଥମ ଦୁଇଟି ସିଜିନ୍‌ରେ ମାଧୱନ୍ ଓ ଅଭିଷେକ ବଚ୍ଚନ ନଜର ଆସିଥିଲେ । ଏଥରେ ଖାସ କରି ଅମିତ୍ ସାଧଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ତେବେ ତୃତୀୟ ସିଜିନ୍‌ରେ ରବି ଦୁବେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଆସୁଥିବା ଜଣାପଡିଛି ।

ୱେବ୍ ସିରିଜ ବ୍ରେଥ୍‌ର ନିର୍ମାତା ରବି ଦୁବେଙ୍କୁ କେଉଁ କିର୍ଦାରରେ ନେବେ ତାହା ଏ ଯାଏଁ ସ୍ପଷ୍ଟ ହୋଇନି । ହେଲେ ରବିଙ୍କ ଭଳି କଳାକାର ଯେ ୱେବ୍ ସିରିଜ୍‌ରେ ବି ନିଜ ଦକ୍ଷତା ପ୍ରତିପାଦନ କରିବେ ଏଥିରେ କୌଣସି ସନ୍ଦେହ ନାହିଁ । ତେବେ ପୂର୍ବ ଦୁଇଟି ସିଜିନ୍ ଭଳି ତୃତୀୟ ସିଜିନ୍‌ରେ ବି ଅମିତ ସାଧଙ୍କୁ ଦେଖିବାକୁ ମିଳିବ ।

Leave A Reply

Your email address will not be published.