Latest Odisha News

ବିଜେଡିର ପଦାଧିକାର ତାଲିକା ପ୍ରକାଶ, ୯ ଉପସଭାପତିଙ୍କୁ ଦାୟିତ୍ୱ ବଣ୍ଟନ

ଭୁବନେଶ୍ୱର: ବିଜୁ ଜନତା ଦଳର ସାଂଗଠନିକ ସ୍ତରରେ ଅଦଳ ବଦଳ ହୋଇଛି । ପ୍ରକାଶ ପାଇଛି ଶାସକ ଦଳ ବିଜେଡିର ପଦାଧିକାର ତାଲିକା । ଏଥର ନୂଆ ଫରମାଟ୍ ଆରମ୍ଭ ହୋଇଛି । ପ୍ରଥମ ଥର ପାଇଁ ଦଳରେ ବରିଷ୍ଠ ଉପସଭାପତିଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ୮ ଜଣଙ୍କୁ ବରିଷ୍ଠ ଉପସଭାପତି ଓ ୯ ଜଣଙ୍କୁ ଉପସଭାପତି ଦାୟିତ୍ୱ ବଂଟନ କରିଛନ୍ତି ଶାସକ ଦଳର ମୁଖିଆ ନବୀନ । ସଞ୍ଜୟ ଦାସବର୍ମା ହୋଇଛନ୍ତି ଦଳୀୟ ମୁଖ୍ୟାଳୟର ସାଧାରଣ ସମ୍ପାଦକ।

୮ ଜଣଙ୍କୁ ବରିଷ୍ଠ ଉପସଭାପତି ହେଲେ ଅନଙ୍ଗ ଉଦୟ ସିଂହ ଦେଓ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରସନ୍ନ କୁମାର ପାଟଶାଣୀ, ପ୍ରଫୁଲ ସାମଲ, ବିଜୟଶ୍ରୀ ରାଉତରାୟ, ଲାଲ ବିହାରୀ ହିମିରିକା, ଅନନ୍ତ ଦାସ ଓ ବିମ୍ବାଧର କୁଅଁର । ସେହିପରି ୯ ଉପସଭାପତି- ମଙ୍ଗଳା କିଷାନ, ସୌମ୍ୟରଞ୍ଜନ ପଟ୍ଟନାୟକ, ଦେବୀ ମିଶ୍ର, ବିକ୍ରମ ଆରୁଖ, ଉଷା ଦେବୀ, ପ୍ରମିଳା ମଲ୍ଲିକ, ବଦ୍ରି ପାତ୍ର, ପ୍ରଦୀପ ଅମାତ, ପଦ୍ମନାଭ ବେହେରା । ଏହି ୯ ଉପସଭାପତିଙ୍କୁ ବିଭିନ୍ନ କ୍ଷେତ୍ରର ଦାୟିତ୍ୱ ବଣ୍ଟନ କରାଯାଇଛି ।

ମଙ୍ଗଳା କିଷାନଙ୍କୁ ଆଦିବାସୀ ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର, ସୌମ୍ୟ ରଂଜନ ପଟ୍ଟନାୟକଙ୍କୁ କଳା, ସଂସ୍କୃତି ଓ ମାନବ ସମ୍ବଳ ବିକାଶ ଦାୟିତ୍ୱ, ଦେବୀ ପ୍ରସାଦ ମିଶ୍ରଙ୍କୁ ‘ଓଡ଼ିଶା ମୋ ପରିବାର’, ବିକ୍ରମ କେଶରୀ ଆରୁଖଙ୍କୁ ପରିବେଶ ମନ୍ତ୍ରାଳୟ ଦାୟିତ୍ୱ, ଉଷା ଦେବୀଙ୍କୁ ସାମାଜିକ କଲ୍ୟାଣ, ପ୍ରମିଳା ମଲ୍ଲିକଙ୍କୁ ମହିଳା ସଶକ୍ତିକରଣ ଦାୟିତ୍ୱ, ବଦ୍ରି ନାରାୟଣ ପାତ୍ରଙ୍କୁ ଆଂଚଳିକ ବିକାଶ ଦାୟିତ୍ୱ, ପ୍ରଦୀପ କୁମାର ଅମାତଙ୍କୁ ସଶକ୍ତ ଓଡ଼ିଶା ଓ ପଦ୍ମନାଭ ବେହେରାଙ୍କୁ ଏସ୍‌.ସି ସଶକ୍ତିକରଣ ଦାୟିତ୍ୱ ବଂଟନ କରାଯାଇଛି ।

Comments are closed.