Latest Odisha News

BREAKING NEWS

କଟକ ସହରରୁ ୭ କରୋନା ପଜିଟିଭ ଚିହ୍ନଟ

କଟକ: ଆଜି କଟକ ଜିଲ୍ଲାରୁ ୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣ କଟକ ମହାନଗର ନିଗମର ବୋଲି ସିଏମ୍‌ସି ଟ୍ୱିଟ୍ କରି ସୂଚନା ଦେଇଛି । ଚିହ୍ନଟ ହୋଇଥିବା ସମସ୍ତ ୭ଟି କେସ୍ ଲୋକାଲ କଣ୍ଟାକ୍ଟ ବୋଲି ସୂଚନା ମିଳିଛି ।

୭ ଜଣଙ୍କ ମଧ୍ୟରୁ ୬ଜଣ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ଚିହ୍ନଟ ହୋଇଥବବା ରୋଗୀଙ୍କ ସଂସ୍ପର୍ଶରେ ଆସିଛନ୍ତି । ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ କାଠଗଡା ସାହିର ଜଣେ ୩୩ ବର୍ଷୀୟ ବୟସ୍କ ମହିଳା, ଥୋରିଆର ସାହିର ୫୨ ବର୍ଷୀୟ ପୁରୁଷ, ନୂଆପାଟଣାର ୨ ଜଣ ମହିଳା, ମଙ୍ଗଳବାଗ ଓ ଜଗତପୁରରୁ ଜଣେ ଲେଖାଏଁ ଅଛନ୍ତି । ସେହିପରି ମହାନଦୀ ବିହାର ଅଞ୍ଚଳରୁ ମଧ୍ୟ ଜଣେ ୪୦ ବର୍ଷିୟା ଜଣେ ମହିଳା କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି।

Leave A Reply

Your email address will not be published.