Latest Odisha News

BREAKING NEWS

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା: ଏବେ ରାଜ୍ୟ ବାହାରେ ମିଳିବ ଚିକିତ୍ସା ସୁବିଧା

ଭୁବନେଶ୍ୱର : ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଛନ୍ତି ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀ ମାନଙ୍କ ପାଇଁ ଉପଯୋଗୀ ହୋଇପାରିଥିବା ବେଳେ ଗତ ୨ମାସ ମଧ୍ୟରେ ୧ କୋଟି  କେସରେ ସହାୟତା ଯୋଗାଇ ଦିଆଯାଇଥିବା ନେଇ ସମୀକ୍ଷା ବୈଠକରୁ ଜଣାପଡିଛି ।

ଅନ୍ୟପକ୍ଷରେ ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ବାହାରେ ରହୁଥିବା ଓଡିଶାର ଲୋକମାନେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ତଥା ରାଜ୍ୟ ବାହାରର ସରକାରୀ ଚିକିତ୍ସାଳୟରେ ଚିକିତ୍ସା ସୁବିଧା ପାଇପାରିବେ ।

ଏଥିସହିତ ହିତାଧିକାରୀମାନେ ରାଜ୍ୟ ବାହାରେ ଟାଟା ମେମୋରିଆଲ ହସ୍ପିଟାଲ, ମୁମ୍ବାଇ, ସି.ଏମ.ସି, ଭେଲୋର, ନାରାୟଣ ହୃଦାଳୟ ଆଦି ପ୍ରମୁଖ ପ୍ରତିଷ୍ଠାନରେ ଏହି ଯୋଜନା ମାଧ୍ୟମରେ ସୁବିଧା ପାଇପାରିବେ । ଯେଉଁ ରୋଗୀ ରାଜ୍ୟ ବାହାରକୁ ରେଫରାଲ ଡାକ୍ତରଖାନାରେ ଚିକିତ୍ସା ପାଇଁ ଯାଆନ୍ତି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨ହଜାର ଟଙ୍କା ଯାତାୟତ ଖର୍ଚ୍ଚ ପ୍ରଦାନ କରାଯିବ ।

ଆହୁରି ମଧ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କ୍ୟାନସର, ହାର୍ଟ ଏବଂ କିଡନୀ ଭଳି ଦୁରାରୋଗ୍ୟର ଚିକିତ୍ସା ପାଇଁ ହିତାଧିକାରୀଙ୍କ ପାରିବାରିକ ଆୟର ସୀମା ବାର୍ଷିକ ୧ଲକ୍ଷ ଟଙ୍କାରୁ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।

ଏହି ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ସ୍ୱାସ୍ଥ୍ୟ ସଚିବ, ମିଶନ ଶକ୍ତିର ନିର୍ଦ୍ଦେଶିକା ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.