Latest Odisha News

BREAKING NEWS

କେନ୍ଦ୍ରାପଡ଼ାରେ ପଡ଼ୋଶୀ ଯୁବକ ଦ୍ୱାରା ନାବାଳିକା ଦୁଷ୍କର୍ମର ଶୀକାର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା  ରାଜନଗର ଅଞ୍ଚଳରେ ପଡ଼ୋଶୀ ଯୁବକଙ୍କ ଦ୍ୱାରା ଜଣେ ନାବାଳିକା ଦୁଷ୍କର୍ମର ଶୀକାର ହୋଇଥିବା ଅଭିଯୋଗ ହୋଇଛି ।

ମିଳିଥିବା ସୂଚନାନୁଯାୟୀ, ପୀଡ଼ିତା ନାବାଳିକାକୁ ପାଖ ପଡ଼ିଶା ଘରର ଜଣେ ଯୁବକ ଚକୋଲେଟ ଦେଇ ଏକ ନିଭୃତ ସ୍ଥାନରେ ଦୁଷ୍କର୍ମ କରିଥିଲା । ଦୁଷ୍କର୍ମ କରି ଅଭିଯୁକ୍ତ ଯୁବକ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

ପୀଡ଼ିତା ଜଣକ ସମସ୍ତ ଘଟଣା ସମ୍ପର୍କରେ ଘରେ କହିବାରୁ ପରିବାର ଲୋକେ ରାଜନଗର ଥାନାରେ ଅଭିଯୋଗ କରିଥିଲେ ।

ଇତିମଧ୍ୟରେ ପୋଲିସ ରାଜନଗର ଏବଂ ଆଖପାଖ ଅଞ୍ଚଳରେ ଅଭିଯୁକ୍ତକୁ ଧରିବାକୁ ଛାନଭିନ୍ ଆରମ୍ଭ କରିଦେଇଛି । ଏହି ଘଟଣା ପରେ ଗ୍ରାମରେ ଉତ୍ତେଜନା ସୃଷ୍ଟି ହୋଇଛି ଏବଂ ଏହି ପାଶବିକ ଅପରାଧ ଘଟାଇଥିବା ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Leave A Reply

Your email address will not be published.