ଭୁବନେଶ୍ୱର: ଆଜିକାଲି ସବୁ ଅନଲାଇନ ହୋଇ ଗଲାଣି । ପାରିବ କିଣିବା ଠାରୁ ଆରମ୍ଭ କରି ବର ଖୋଜିବା ଯାଏଁ ଆଜିର ପିଢ଼ି ଅନଲାଇନ ଉପରେ ଦେଉଛନ୍ତି ବେଶ୍ ଗୁରୁତ୍ୱ ।
ପୂର୍ବରୁ ବିବାହ ସ୍ଥିର କରିବାରେ ସମ୍ପର୍କୀୟମାନେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ବେଳେ ବର୍ତ୍ତମାନ ଯୁଗ ବଦଳିଛି। ଏବେ ଲୋକମାନେ ଜୀବନସାଥୀ ଖୋଜିବାକୁ ମାଟ୍ରିମୋନିଆଲ ସାଇଟ୍ର ସାହାଯ୍ୟ ନେଉଛନ୍ତି।
କିନ୍ତି କେତେକ ମାଟ୍ରିମୋନିଆଲ ସାଇଟ୍ରେ ଲୋକମାନେ ଭୁଲ ତଥ୍ୟ ଦେଇ ବିବାହ କରୁଥିବା ଘଟଣା ଏବେ ପ୍ରାୟତଃ ଚର୍ଚ୍ଚାର ବିଷୟ ସାଜିଛି।
ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଏହି ନକଲି ପ୍ରୋଫାଇଲ୍ ସମ୍ପର୍କରେ ଜାଣିବେ କିପରି…
ପ୍ରୋଫାଇଲ ଫଟୋ:
ଯଦି ଆପଣଙ୍କ ପାଖକୁ ମାଟ୍ରିମୋନିଆଲ ସାଇଟ୍ରୁ କୌଣସି ରିକ୍ୟୁଏଷ୍ଟ ଆସୁଛି ଯେଉଁଥିରେ କୌଣସି ଫଟୋ ନାହିଁ, ତେବେ ଏଥିରେ କୌଣସି ରିଆକ୍ସନ୍ ଦିଅନ୍ତୁ ନାହିଁ। ଏଭଳି ବ୍ୟକ୍ତି ଟାଇମ୍ ପାସ୍ କରିବାକୁ ପ୍ରୋଫାଇଲ୍ ଖୋଲିଥାନ୍ତି।
ପ୍ରୋଫାଇଲର ଡିଟେଲ୍ସ ଦେଖନ୍ତୁ:
ମାଟ୍ରିମୋନିଆଲ ସାଇଟ୍ରେ ପ୍ରୋଫାଇଲ୍ ଚେକ କରିବାକୁ ସବୁଠାରୁ ଗୁରୁତ୍ୱ ଦିଅନ୍ତୁ। ପ୍ରୋଫାଇଲ୍ରେ ଦିଆଯାଇଥିବା କିଛି ତଥ୍ୟ ଯଦି ଆପଣଙ୍କୁ ମନଗଢ଼ା ଲାଗୁଛି ତେବେ ତାଙ୍କୁ ନେଇ ଆଗକୁ ବଢ଼ନ୍ତୁ ନାହିଁ।
ବାରମ୍ବାର ନିଜ ତଥ୍ୟ ବଦଳାଉଥିଲେ:
ମାଟ୍ରିମୋନିଆଲ ସାଇଟ୍ରେ ଯଦି କୌଣସି ବ୍ୟକ୍ତି ନିଜ ପ୍ରୋଫାଇଲ୍ରେ ଅଧିକ ପରିବର୍ତ୍ତନ କରୁଛନ୍ତି ତେବେ ସେଭଳି ପ୍ରୋଫାଇଲ୍ରୁ ଦୂରରେ ରୁହନ୍ତୁ। କାରଣ ଫେକ୍ ପ୍ରୋଫାଇଲ୍ କରି ଠକିବାକୁ କିଛି ଲୋକ ଏମିତି ପରିବର୍ତ୍ତନ ବାରମ୍ବାର କରିଥାନ୍ତି।
ଦେଖି ପରଖି ଆଗକୁ ବଢ଼ନ୍ତୁ:
ଯଦି ମାଟ୍ରିମୋନିଆଲ ସାଇଟ୍ରେ ଆପଣ କୌଣସି ଏମିତି ବ୍ୟକ୍ତିଙ୍କୁ ଭେଟୁଛନ୍ତି ଯାହାର ଆଚାର ବ୍ୟବହାର, ଚାଲିଚଳଣି ପୂରା ଆପଣଙ୍କୁ ପସନ୍ଦ ଆସୁଛି ତେବେ ତାଙ୍କୁ ନେଇ ଆଗକୁ ବଢ଼ିବା ପୂର୍ବରୁ ସମସ୍ତ ଯାଞ୍ଚ କରନ୍ତୁ। ଯାଞ୍ଚ ପରେ ଯଦି ଲାଗୁଛି ସେ ନକଲି ନୁହେଁ ଓ ଦେଇଥିବା ଡାଟା ସତ ତେବେ ହିଁ ଆଗକୁ ବଢ଼ନ୍ତୁ।