ଭୁବନେଶ୍ୱର: କର୍ଫ୍ୟୁ କଟକଣା ଭିତରେ ମାତିଛନ୍ତି ଲୁଟେରା । ଅନ୍ଧାରରେ ବେଧଡକ୍ ଘରେ ପଶି ଲୁଟିଛନ୍ତି ବାଇକ୍ । କ୍ୟାମେରାରେ କଏଦ୍ ହୋଇଛି ଚୋରିର ପୁରା କାହାଣୀ । ରାତି ପ୍ରାୟ ଗୋଟିଏ ବେଳେ ଭୁବନେଶ୍ୱର ପାତ୍ରପଡ଼ା ଅଂଚଳରେ ଲୁଟି ହୋଇଛି । ଏହି ଲୁଟ ଘଟଣାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି ।
ଯୋଜନା ଅନୁସାରେ ଘର ସାମ୍ନାରେ କିଛି ସମୟ ପଇଁତରା ମାରିବା ପରେ ଜଣକ ପରେ ଜଣେ ଘର କାନ୍ଥ ଡେଇଁ ଲୁଟ୍ କରିଛନ୍ତି । ଯେତେବେଳେ ଚାରିଆଡେୁ ଶୁନ୍ଶାନ ଥିଲା, ଠିକ୍ ସେହି ସମୟରେ ୩ ଜଣ ଯୁବକ କାନ୍ଥ ଦେଇ ଘର ସୀମାରେ ପଶିଥିଲେ । ଏହି ତିନି ଜଣଙ୍କ ମଧ୍ୟରେ ଜଣେ ଛୋଟେଇ ଛୋଟେଇ ଆସି ଗ୍ରିଲ ଭାଙ୍ଗିଥିଲା ।
ଆଉ ଏହା ପରେ ୩ ଜଣ ମିଶି ବାଇକ୍ ନେଇ ଫେରାର୍ ହୋଇଯାଇଛନ୍ତି । ତାଲା ବନ୍ଦ କଟକଣା ଯୋଗୁଁ ରାତିରେ ସବୁ କିଛି ବନ୍ଦ ଥିବା ବେଳେ ଏହାର ସୁଯୋଗ ନେଇ ଲୁଟ୍ କରିଛନ୍ତି ଏହି ୩ ଜଣ ଲୁଟେରା ।
Comments are closed.