Latest Odisha News

BREAKING NEWS

ବାଇକ୍ ପଛରେ ବସିଲେ ପିନ୍ଧିବାକୁ ପଡିବ ହେଲମେଟ୍‌: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଏଣିକି ବାଇକ ପଛରେ ବସିଲେ ବି ହେଲ୍‌ମେଟ୍ ପିନ୍ଧୁବାକୁ ବାଧ୍ୟ । ଦୁଇ ଚକିଆ ଯାନ ଚଳାକ ପାଇଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ଥିଲା । ଏବେ ପଛରେ ବସିବା ଲୋକ ବି ହେଲମେଟ୍ ପିନ୍ଧିବାକୁ ବାଧ୍ୟ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ଏଥିସହ ଆଇନ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଦୁର୍ଘଟଣା ରୋକିବା ପାଇଁ ଏଭଳି ନିଷ୍ପତି ନିଆଯାଇଥିବା ସେ କହିଛନ୍ତି ।

ସୂଚନା ଅନୁସାରେ ବାଇକ ଆରୋହୀ ଏବଂ ଗାଡି ପଛରେ ବସିଥିବା ବ୍ୟକ୍ତି ମଧ୍ୟ ହେଲମେଟ ପିନ୍ଧିବା ଏଣିକି ବାଧ୍ୟତାମୂଳକ କରାଯିବ । ଏଥିସହ କାର୍ ଚାଳକଙ୍କ ସହ ଗାଡିରେ ବସିଥିବା ଅନ୍ୟ ଯାତ୍ରୀମାନେ ବି ସିଟ୍‌ବେଲ୍ଟ ବାନ୍ଧିବା ବାଧ୍ୟତାମୂଳକ କରାଯାଇଛି । ୩ ମାସର କଂଟ ପୂରିବା ପରେ ଏହାକୁ ରାଜ୍ୟବ୍ୟାପୀ କଡାକଡି କରାଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ଯେଉଁମାନେ ଆଇନ ଉଲ୍ଲଂଘନ କରିବେ ସେମାନଙ୍କ ମୋଟା ଅଙ୍କର ଚାଲାଣ କଟିବ ।

ଦିଲ୍ଲୀରୁ ସଡକ ସୁରକ୍ଷା ସମ୍ପର୍କିତ କେନ୍ଦ୍ର ବୈଠକରେ ସାମିଲ ହୋଇ ଫେରିବା ପରେ ପରିବହନ ମନ୍ତ୍ରୀ ଏଭଳି କଡା ଚେତାବନୀ ଦେଇଛନ୍ତି । ସେହିଭଳି ଜାତୀୟ ରାଜପଥରେ ମୋବାଇଲ ଭ୍ୟାନ୍ ବୁଲିବ । ପ୍ରତି ୩୦ କିଲୋମିଟର ରାସ୍ତାରେ ରହିବ ସ୍ୱତନ୍ତ୍ର ସ୍କ୍ୱାର୍ଡ । ତେବେ ଆର୍ôଥକ ସହାୟତା ମିଳିଲେ ସ୍କ୍ୱାର୍ଡ ରଖାଯିବ ।

Leave A Reply

Your email address will not be published.