Latest Odisha News

ଇରାନ ସୁପ୍ରିମୋ ଅଲ୍ଲି ଖାମିନିଙ୍କୁ ଟ୍ରମ୍ପଙ୍କ ନାଲିଆଖି

ୱାଶିଂଟନ: ଇରାନକୁ ପୁଣି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ । ନିଜ ଶବ୍ଦ ପ୍ରତି ସତର୍କ ରହିବାକୁ ଇରାନର ସୁପ୍ରିମୋ ଲିଡର ଆୟୋତୋଲା ଅଲ୍ଲି ଖାମିନିଙ୍କୁ କଡା ଭାଷାରେ ଚେତାବନୀ ଦେଇଛନ୍ତି ଟ୍ରମ୍ପ । ଟୁଇଟ୍ ମାଧ୍ୟମରେ ଟ୍ରମ୍ପ ଇରାନ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ଇରାନର ସୁପ୍ରିମୋ ଲିଡ୍‌ର ଜଣକ ଆମେରିକା ଓ ୟୁରୋପ ସମ୍ପର୍କରେ ବେଶ୍ ଖରାପ କଥା କହୁଛନ୍ତି । ସେମାନଙ୍କ ଅର୍ଥିକ ଅବସ୍ଥା ଭୁଷୁଡି ପଡିଛି । ଲେ।କେ ଦୁର୍ଦ୍ଦଶାରେ ଅଛନ୍ତି । ସେ ତାଙ୍କ ଶବ୍ଦ ପ୍ରତି ଯତ୍ନବାନ ହେବା ଉଚିତ ବୋଲି ଟ୍ରମ୍ପ କଡା ଚେତାବନୀ ଦେଇଛନ୍ତି ।

ଶୁକ୍ରବାର ତେହରାନରେ ଇରାନ ରାଷ୍ଟ୍ରପତି ଆୟାତୋଲା ଅଲ୍ଲି ଖାମିନି ଫ୍ରାନ୍ସ, ଜର୍ମାନୀ ଏବଂ ବ୍ରିଟେନ୍‌କୁ ଆମେରିକାର ଚାକର ବୋଲି କହିଥିଲେ । ଏହାକୁ ନେଇ ଇରାନ ଉପରେ ଟ୍ରମ୍ପ ବର୍ଷିଛନ୍ତି । ଏଭଳି ଶବ୍ଦ ପ୍ରୟୋଗ କରିବା ଆଗରୁ ସାବାଧନ ରୁହନ୍ତୁ ବୋଲି ଟ୍ରମ୍ପ କହିଛନ୍ତି । ଇରାନକୁ ବର୍ବାଦ ନିପାତ କରିବା ବଦଳରେ, ଏହାର ନେତାମାନେ ଆତଙ୍କବାଦଠାରୁ ଦୂରେଇ ରହି ଇରାନକୁ ପୁଣି ଥରେ ମହାନ୍ କରନ୍ତୁ ବୋଲି ଟ୍ରମ୍ପ ଟ୍ୱିଟ୍ କରି କହିଛନ୍ତି ।

ଏହାର ଜବାବ ମଧ୍ୟ ଇରାନ ସୁପ୍ରିମ ଲିଡର ଦେଇଛନ୍ତି, ଆମେରିକା ରାଷ୍ଟ୍ରପତି, ଇରାନବାସୀଙ୍କୁ ଭଲ ପାଉଛି ବୋଲି ବାର୍ତା ଦେଇ ଖଳନାୟକ ଭୂମିକା କରୁଛି । କେବଳ ଇରାନ ଜନତାଙ୍କ ଛାତିରେ ଭୁଜାଳି ଭୁସିବାକୁ ସେମାନେ ଆସି ହାଜର ହେଉନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଆମେରିକା ଭୁଜାଳି ଭୁସିବାରେ ସଫଳ ହୋଇ ନାହିଁ କି ଆଗକୁ ହେବ ନାହିଁ ମଧ୍ୟ ।

ଏହା ପରେ ପରେ ଟମ୍ପ୍ର ଇରାନ ସୁପ୍ରିମୋଙ୍କୁ ପୁଣି ଟ୍ୱିଟ୍ ଜରିଆରେ ଏହାର ଜବାବ ଦେଇଥିଲେ । ସେ କହିଥିଲେ, ମୁଁ କୌଣସି ହତ୍ୟା ନୁହେଁ, ବରଂ ଇରାନବାସୀଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ଚାହୁଁଛି ।

Leave A Reply

Your email address will not be published.