Latest Odisha News

BREAKING NEWS

ଗୋପ ପୋଲିସ ପଞ୍ଝାରେ ବାଇକ ଲୁଟେରା ଗ୍ୟାଙ୍ଗ ,୪ ଗିରଫ

ପୁରୀ :ଗୋପ ପୋଲିସକୁ ସଫଳତା । ଏକ ବାଇଟ ଲୁଟେରା ଗ୍ୟାଙ୍ଗକୁ ଧରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି ପୋଲିସ ।ଅଭିଯୁକ୍ତଙ୍କ ଠାରୁ ୮ ରୁ ଉର୍ଦ୍ଧ୍ବ ବାଇକ ଜବତ କରିଛି ପୋଲିସ ।  ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ବାଇକ ଚୋରୀର ମାଷ୍ଟର ମାଇଣ୍ଡ ଶଶୀଭୂଷଣ, ନିମାପଡ଼ା ଅଞ୍ଚଳର ମନୋଜ ରାଉତ, ବିଭୂପ୍ରସାଦ ଦାସ,ଏବଂ ବାଲିଆପାଳ ଅଞ୍ଚଳର ପ୍ରଦୀପ ଭୋଇ।

ସୂଚନା ଅନୁସାରେ ଗୋପ, ନିମାପଡା, କୋଣାର୍କ ଓ ବାଲିପାଟଣା ଅଞ୍ଚଳରୁ ଦୀର୍ଘ ଦିନହେବ ଲଗାତାର ଭାବେ ବାଇକ ଚୋରି ହେଉଥିବାରୁ ପୋଲିସ ର ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା । ଗତ ୨୫ ତାରିଖରେ ନିମାପଡା ଥାନା ଅଧୀନ ବରଡ଼ିଖୋଲ ଅଂଚଳର ଶଶୀଭୁଷଣ ଦାସ ଗୋପ ଥାନା ଅଧିନସ୍ତ ନାଗପୁର ବଜାରରୁ ଏକ ବାଇକ ଚୋରୀ କରୁଥିବା ସମୟରେ ଲୋକଙ୍କ ହାବୁଡେ ପଡି ନିସ୍ତୁକ ଛେଚା ଖାଇଥିଲେ । ପରେ ଗୋପ ପୋଲିସ ପହଞ୍ଚି ଶଶୀଭୁଷଣ ଙ୍କ ସହିତ ଦୁଇ ସହଯୋଗୀ ଙ୍କୁ ଗିରଫ କରିଥିଲା ।

ଏହି ବାଇକ ଚୋରୀ ଘଟଣାରେ ପୋଲିସ ତଦନ୍ତ କରି ଗୋପ, ନିମାପଡା, ନିଆଳି, ଏବଂ କୋଣାର୍କ ଅଂଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆଠ ଗୋଟି ବାଇକ ସହ ବିଭିନ୍ନ ଯନ୍ତ୍ରାସ ମାନ ଜବତ କରି ଜଣେ ଗ୍ୟାରେଜ ମାଲିକଙ୍କୁ ଗିରଫ କରିଥିଲା । ଖୁବୁଶ୍ରୀଘ୍ର କୋଣାର୍କ,ଗୋପ ନିମାପଡା, ଅଞ୍ଚଳର ଅନ୍ୟ ଚୋରଙ୍କୁ ଗିରଫ କରାଯିବ ବୋଲି ଗୋପ ଥାନା ଅଧିକାରୀ କହିଛନ୍ତି ।

 

Comments are closed.