Latest Odisha News

ରଘୁରାଜପୁରରେ ଉଦଯାପିତ ହେଲା ସପ୍ତରଙ୍ଗ ବୃତ୍ତଚିତ୍ର ଶିବିର

ପୁରୀ : ଉଦଯାପିତ ହୋଇଛି ବିଶ୍ବ ଐତିହ୍ୟ ଗ୍ରାମ ରଘୁରାଜପୁରରେ ପାରମ୍ପରିକ ଭିତ୍ତିଚିତ୍ର, ସପ୍ତରଙ୍ଗ ବୃତ୍ତଚିତ୍ର ଶିବିର । ଶେଷ ଦିନରେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ପ୍ରତି ଚିତ୍ରଶିଳ୍ପୀ ପରିବାରକୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା ।

BjdElectrycity

ଫଟୋଚିତ୍ର ପାଇଁ ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଛି ରଘୁରାଜପୁର ଗାଁ । ବିଶ୍ବ ଐତିହ୍ୟ ଗ୍ରାମର ମାନ୍ୟତା ମଧ୍ୟ ପାଇଛି । କଳା ହିଁ ଏହି ଗାଁର ଲୋକଙ୍କ ଜୀବିକାର ମୁଖ୍ୟ ଆଧାର । କରୋନା ସମୟରେ ଏହି ଗାଁର ଲୋକଙ୍କୁ ସାହାଯ୍ୟ ଯୋଗାଇବା ପାଇଁ ସରକାରଙ୍କ ତରଫରୁ ଆରମ୍ଭ ହୋଇଥିଲା ଏକ ଅନନ୍ୟ ଉଦ୍ୟମ । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଓଡିଶା ଲଳିତକଳା ଏକାଡେମୀ ପକ୍ଷରୁ ଆରମ୍ଭ ହୋଇଥିଲା ପାରମ୍ପରିକ ଭିତ୍ତିଚିତ୍ର ଶିବିର ସପ୍ତରଙ୍ଗ ଶିବିର । ଯେଉଁଥିରେ ଭାଗ ନେଇଥିଲେ ଗାଁର ୧୫୦ ପରିବାର । ପ୍ରତ୍ୟେକ ପରିବାର ସେମାନଙ୍କ ଘର କାନ୍ଥରେ ୫୦ ବର୍ଗ ଫୁଟ ଅଞ୍ଚଳରେ ଆଙ୍କିଥିଲେ ପାରମ୍ପରିକ ଚିତ୍ର । ଆଉ ସେମାନଙ୍କ କଳାକୃତୀକୁ ସ୍ବୀକୃତି ଦେବା ପାଇଁ ପ୍ରତି ପରିବାରକୁ ୧୦ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରଘୁରାଜପୁର ଓଡିଶାର ଗର୍ବ ଓ ଗୌରବ । ଏହି ଗାଁର ଶିଳ୍ପୀଙ୍କ ତୂଳୀରେ ରୂପ ନେଉଥିବା ପଟ୍ଟଚିତ୍ର ଆଜି ଓଡିଶା ପାଇଁ ଅନେକ ସୁନାମ ଓ ପ୍ରତିଷ୍ଠା ଆଣିଛି । ମହାନ୍ ଓଡିଶୀ ନୃତ୍ୟଗୁରୁ ସ୍ବର୍ଗତ କେଳୁଚରଣ ମହାପାତ୍ରଙ୍କର ଜନ୍ମଭୂମି ମଧ୍ୟ ରଘୁରାଜପୁର । ଓଡ଼ିଶାର କଳାର ସୁରକ୍ଷା ଓ ବିକାଶ ପାଇଁ ସରକାର ସବୁବେଳେ କାମ କରୁଛନ୍ତି ଓ କାମ କରି ଚାଲିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସାରା ବିଶ୍ବରେ କଳାର ପ୍ରସାର ଦିଗରେ ଏହା ବେଶ ସହାୟକ ହେବା ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.