Latest Odisha News

BREAKING NEWS

ଡବଲ ମର୍ଡର ମାମଲାରେ ଜାମିନ୍ ପାଇଲେ ପୂର୍ବତନ ବିଧାୟକ ଅନୁପ ସାଏ

ଝାରସୁଗୁଡ଼ା: ମାଆ, ଝିଅଙ୍କୁ ହତ୍ୟା ମାମଲାରେ ପୂର୍ବତନ ବିଧାୟକଙ୍କୁ ସର୍ତ୍ତମୂଳକ ଜାମିନ୍ ମିଳିଛି । ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି ବିଳାସପୁର ହାଇକୋର୍ଟ ।

୨୦୧୬ ମସିହାରେ ଘଟିଥିବା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ଥିଲେ ଅନୁପ ସାଏ । ମାଆ କଳ୍ପନା ଦାଶ ଏବଂ ତାଙ୍କ ୧୪ ବର୍ଷୀୟ ଝିଅ ବବଲିର ହତ୍ୟାକାଣ୍ଡ ମାମଲାରେ ୨୦୨୦ ଫେବ୍ରୁଆରୀ ୧୩ ତାରିଖରେ ଛତିଶଗଡ଼ ରାୟଗଡ଼ ପୋଲିସ ଅନୁପଙ୍କୁ ଗିରଫ କରିଥିଲା ।

୨୦୨୨ ଏପ୍ରିଲ ୨ ତାରିଖରେ ରାୟଗଡ଼ ଅଦାଲତ ଡବଲ ମର୍ଡର ମାମଲାରେ ଅନୁପ ସାଏଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଏବେ ଏହି ମାମଲାରେ ବିଳାସପୁର ହାଇକୋର୍ଟ ଅନୁପ ସାଏଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.