Latest Odisha News

BREAKING NEWS

୨୭ ବର୍ଷ ପରେ ଅଲଗା ହେଲେ ବିଲ୍ ଗେଟ୍ସ ଓ ମେଲିଣ୍ଡା

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସ ଓ ତାଙ୍କ ପତ୍ନୀ ମେଲିଣ୍ଡା ବିବାହ ବିଚ୍ଛେଦ ପାଇଁ ନିଷ୍ପତ୍ତି ନେଇଛନ୍ତି । ବିବାହର ୨୭ ବର୍ଷ ପରେ ଛାଡ଼ପତ୍ର ଦେଇଛନ୍ତି ଉଭୟ । ଏନେଇ ବିଲ୍ ଗେଟ୍ସ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ବିଲ୍ ଗେଟ୍ସ ଲେଖିଛନ୍ତି, ଅନେକ ଆଲୋଚନା ଓ ସମ୍ପର୍କରେ ରହି କାମ କରିବା ପରେ ମୁଁ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେଇଛି । ବିଗତ ୨୭ ବର୍ଷ ମଧ୍ୟରେ ନିଜର ୩ ଅତୁଲ୍ୟ ଛୁଆଙ୍କ ଲାଳନପାଳନ କରିଛୁ । ଆମେ ଏକ ଫାଉଣ୍ଡେସନ୍ ବି କରିଛୁ । ଯାହା ବିଶ୍ୱବ୍ୟାପୀ ଲୋକଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଉତ୍ତମ ଜୀବନଧାରଣ ପାଇଁ କାମ କରୁଛି । ଏହି ମିଶନ ପାଇଁ ଆମେ ଗୋଟିଏ ପ୍ରକାର ଚିନ୍ତାଧାରା ରଖିବୁ, ଏକାଠି କାମ କରିବୁ । ତେବେ, ଆମେ ଆଗକୁ ପତିପତ୍ନୀ ଭାବେ ରହିପାରିବୁ ନାହିଁ । ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛୁ ।

ସୂଚନାଯୋଗ୍ୟ, ୧୯୮୭ ମସିହାରେ ନ୍ୟୁୟର୍କର ଏକ୍ସପୋ-ଟ୍ରେଡ ମେଳାରେ ବିଲ୍ ଗେଟ୍ସ ଓ ମେଲିଣ୍ଡା ପ୍ରଥମେ ସାକ୍ଷାତ କରିଥିଲେ । ସେହିଠାରୁ ଦୁହିଁଙ୍କ ଭିତରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା । ମାଇକ୍ରୋସଫ୍ଟ କାର୍ ପାର୍କିଂରେ ମେଲିଣ୍ଡାଙ୍କୁ ବିଲ୍ ଗେଟ୍ସ ବାହାରକୁ ବୁଲିଯିବା ପାଇଁ ପଚାରିଥିଲେ । ବିଲ୍ ଗେଟ୍ସ ପଚାରିଥିଲେ, ’କଣ ତୁମେ ଦୁଇ ସପ୍ତାହ ପାଇଁ ଫ୍ରି ଅଛ ?’ ମେଲିଣ୍ଡା ଏହାକୁ ପ୍ରତ୍ୟାଖ୍ୟାନ କରିବା ସହ କହିଥିଲେ, ‘ସମୟ ଆସିଲେ ମୋତେ ଏ ପ୍ରଶ୍ନ ପଚାର ।’

ଏହା ପରେ ବି ବିଲ୍ ଗେଟ୍ସ ହାର୍ ମାନିନଥିଲେ । ଆସ୍ତେ ଆସ୍ତେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତ ଆଗକୁ ବଢ଼ିଥିଲା । କିଛି ମାସ ପରେ ୧୯୯୪ରେ ଉଭୟ ବିବାହ କରିଥିଲେ ।

Leave A Reply

Your email address will not be published.