Latest Odisha News

BREAKING NEWS

ଦୁଇ ହଜାର ତଳକୁ ଖସିଲା ରାଜ୍ୟରେ ଦୈନିକ କରୋନା କେସ୍

ଭୁବନେଶ୍ୱର: କରୋନା ସହ ଲଢ଼େଇ ଭିତରେ ସାମନାକୁ ଆସିଲା ଭଲ ଖବର । ରାଜ୍ୟରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ହଜାର ତଳକୁ ଖସିଲା । ଗତ ୨୪ ଘଣ୍ଟାରେ ରାଜ୍ୟରେ ସଂକ୍ରମିତ ହୋଇଛନ୍ତି ୧ ହଜାର ୯୦୪ ଜଣ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୧ ଶହ ୧୫ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୭୮୯ଟି ।

ଖୋର୍ଦ୍ଧା ଜିଲ୍ଲାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ତିନି ଶହ ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ସର୍ବାଧିକ ୨୨୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୧୧୧, ନୂଆପଡ଼ାରୁ ୧୨୮, ଅନୁଗୋଳରୁ ସାମନାକୁ ଆସିଛି ୧୦୯ ନୂଆ ପଜିଟିଭ୍ କେସ୍ ।

ସେହିପରି କେନ୍ଦ୍ରାପଡ଼ାରୁ ୧୦୬, ସୁନ୍ଦରଗଡରୁ ୧୦୦ ଜଣ ସଂକ୍ରମିତ ହୋଇଛନ୍ତି । ବାକି ସମସ୍ତ ଜିଲ୍ଲାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଶହେରୁ କମ୍ ରହିଛି । ରାଜ୍ୟରେ ମୋଟ୍ ପଜିଟିଭି କେସ୍ ୨ଲକ୍ଷ ୭୨ ହଜାର ୨୫୦କୁ ବୃଦ୍ଧି ପାଇଛି । ସୁସ୍ଥ ସଂଖ୍ୟା ୨ ଲକ୍ଷ ୪୯ ହଜାର ୫୭୫ । ରାଜ୍ୟରେ ଚିକିତ୍ସାଧୀନ ଅଛନ୍ତି ୨୧ ହଜାର ୪୫୪ ଆକ୍ରାନ୍ତ ।

Leave A Reply

Your email address will not be published.