Latest Odisha News

ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କୁ ‘ଅତିବଡି ଜଗନ୍ନାଥ ଦାସ ପୁରସ୍କାର’

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକା ତଥା ଔପନାସିକା ବୀଣାପାଣି ମହାନ୍ତିଙ୍କୁ ମିଳିଲା ସର୍ବୋଚ୍ଚ ସାରସ୍ୱତ ସମ୍ମାନ ‘ଅତିବଡି ଜଗନ୍ନାଥ ଦାସ ପୁରସ୍କାର’ ୨୦୧୯ । ଓଡିଶା ସାହିତ୍ୟ ଏକାଡେମୀର ୬୩ ତମ ସ୍ୱନ କ୍ଷେତ୍ର ଅବସରରେ ତାଙ୍କୁ ଏହି ପୁରସ୍କାର ଦିଆଯାଇଛି ।

ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସଂସ୍କୃତି ସଚିବ ମନୋରଂଜନ ପାଣିଗ୍ରାହୀ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, ଓଡିଶା ସାହିତ୍ୟ ସଚିବ ସୁଚିସ୍ମିତା ମନ୍ତ୍ରୀ ପ୍ରମୁଖ ବୀଣାପାଣି ମହାନ୍ତିଙ୍କ କଟକସ୍ଥିତ ବାସଭବନରେ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ପୁରସ୍କାର ବାବଦରେ ତାଙ୍କୁ ମାନପତ୍ର, ଉତ୍ତରୀୟ ସହ ଏକ ଲକ୍ଷ ଟଙ୍କାର ଚେକ୍ ଦିଆଯାଇଛି ।

କରୋନା ସଂକ୍ରମଣ ଭୟରେ ଏକାଡେମୀ ପକ୍ଷରୁ ସ୍ୱନକ୍ଷତ୍ର ଉତ୍ସବ ପାଇଁ କୌଣସି କାର୍ଯ୍ୟକ୍ରମ ଆୟୋଜନ କରାଯାଇନାହିଁ । ଭର୍ଚୁଆଲି ପାଳନ କରାଯାଉଛି । ଅନ୍ୟପକ୍ଷରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସ୍ୱନକ୍ଷତ୍ର ଉତ୍ସବର ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.