Latest Odisha News

BREAKING NEWS

କଟକ ସହରରୁ ୩୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୩୧ ସୁସ୍ଥ

କଟକ: ଗତ ୨୪ ଘଣ୍ଟାରେ କଟକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ଆଉ ୪୭ ଜଣ କରୋନା ଆକ୍ରାନ୍ତ । ସେମାନଙ୍କ ଭିତରେ କଟକ ମହାନଗର ନିଗମ ଅଞ୍ଚଳରୁ ଅଛନ୍ତି ୩୫ ନୂଆ ପଜିଟିଭ୍ । ୩୨ଟି କ୍ୱାରେଣ୍ଟାଇରୁ ଓ ୩ଟି ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ।

୩୨ କ୍ୱାରେଣ୍ଟାଇନ କେସରୁ ୨୬ଜଣ ହୋମ୍ ଓ ୩ ଜଣ ସରକାରୀ କ୍ୱାରେଣ୍ଟାନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ୩ ଲୋକାଲ୍ କେସ୍ ରାଉସାପାଟଣା, ଶିଖରପୁର ଓ ଚାନ୍ଦନୀ ଚୌକରୁ ବାହାରିଛି ।

କଟକ ସହରରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧୪କୁ ବୃଦ୍ଧି ପାଇଛି । ଆଜି ସୁସ୍ଥ ହୋଇଛନ୍ତି ଆଉ ୩୧ ଜଣ । ମୋଟ୍ ଆରୋଗ୍ୟ ଲାଭ କଲେଣି ୨୭୩ କରୋନା ଆକ୍ରାନ୍ତ । ୩୩୩ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୮ ଜୀବନ ଯାଇଛି ।

Leave A Reply

Your email address will not be published.