Latest Odisha News

BREAKING NEWS

[ଭିଡିଓ] କିଏ ନେଲା ଜଙ୍ଗଲି ଭାଲୁ ସହ ସେଲ୍‌ଫି ?

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଭାଇରାଲ୍ ମେକ୍ସିକୋର ଭିଡିଓ । ତେବେ ଏହି ଭିଡିଓରେ ଘଟିଥିବା ଘଟଣା ଯେତିକି ବିପଦପୂର୍ନ ତାଠୁ ଅଧିକ ମଜାଦାର ବି ଥିଲା । ହୃଦସ୍ପନ୍ଦନ ବନ୍ଦ କରିଦେଲା ଭଳି ଏହି ଭିଡିଓଟି ଏକ ଭାଲୁ ଓ ଜଣେ ଯୁବତୀଙ୍କ କାରନାମାକୁ ନେଇ ଭାଇରାଲ୍ ହୋଇଛି ।

ମେକ୍ସିକୋର ଚିପ୍‌ନିକ୍ ଇକୋଲଜିକାଲ୍ ପାର୍କରେ କିଛି ଯୁବତୀ ଜଗିଂ କରିବାକୁ ଯାଇଥିଲାବେଲେ ଏକ ଜଙ୍ଗଲି ଭାଲୁ ହାବୁଡରେ ପଡିଥିଲେ । ଆଉ ତା ପରେ ଯାହା ଘଟିଥିଲା, ତାହା ଦେଖଣାହାରୀଙ୍କୁ ତାଜୁବ୍ କରିଥିଲା ।

ଭାଲୁ ହାବୁଡରେ ପଡିବା ପରେ ଯୁବତୀ ଜଣକ ଚୁପଚାପ୍ ଛିଡା ହୋଇରହିଥିଲେ । ହେଲେ ଭାଲୁଟି ତାଙ୍କ କାନ୍ଧ ଉପରକୁ ଉଠିବା ମାତ୍ରେ ସେ ଏକ ସେଲ୍‌ଫି ନେବାକୁ ଭୁଲିନଥିଲେ । ହଠାତ୍ ଯୁବତୀଙ୍କ ଏହି କାରନାମା ସମସ୍ତଙ୍କୁ ଚକିତ କରିଥିଲେ ବି ମନରୁ ଭୟ ଯାଇନଥିଲା । ଶେଷରେ ଭାଲୁଟି କିଛି ସମୟ ପରେ ସେଠୁ ଚାଲିଯାଇଥିଲା ।

ଭାଲୁକୁ ଅତି ନିକଟରେ ପାଇ ସୁଦ୍ଧା ଯୁବତୀ ଜଣକ ଚୁପଚାପ ଛିଡା ହୋଇ ଯେଉଁଭଳି ପରିସ୍ଥିତିକୁ କାବୁ କରିଥିଲେ, ସେ ନେଇ ଯୁବତୀଙ୍କୁ ବିଭିନ୍ନ ମହଲରେ ତାରିଫ କରାଯାଇଛି । ତେବେ ଏଭଳି ସ୍ଥିତରେ କେବେ ବି ସେଲ୍‌ଫି ନ ନେବାକୁ ଅନେକ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.