ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଦୋଷୀଙ୍କ ଘୁଂଚି ଘୁଂଚି ଯାଉଛି ଫାଶୀ ତାରିଖ । ଦୋଷୀମାନେ ଫାଶୀରୁ ବର୍ତ୍ତିବା ପାଇଁ ଆଇନର ନୂଆ ନୂଆ ବିକଳ୍ପର ସାହାରା ନେବାରେ ଲାଗିଛନ୍ତି । ଆସନ୍ତା ମାର୍ଚ୍ଚ ୩ ତାରିଖରେ ୪ ଦୋଷୀଙ୍କୁ ଫାଶୀ ଦେବା ପାଇଁ ପଟିଆଲା ହାଉସ କୋର୍ଟ ନୂଆ ଡେଥ ୱାରେଂଟ ଜାରି କରିଛନ୍ତି । ତେବେ ଏହାରି ଭିତରେ ଫାଶୀକୁ ପୁଣି ଥରେ ଘୁଂଚାଇବା ପାଇଁ ଦୋଷୀ ବିନୟ ଶର୍ମା ସୁପ୍ରିମକୋର୍ଟ ପରେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି ।
ବିନୟର ଓକିଲ ଏପି ସିଂହ କହିଛନ୍ତି ଯେ, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଖାରଜ ହୋଇଥିବା ତାଙ୍କର ରାଜକ୍ଷମା ସମ୍ପୂର୍ଣ୍ଣ ଅଣ-ସାମ୍ବିଧାନିକ । ରାଜକ୍ଷମା ଖାରଜ ପାଇଁ ୨୯ ଜାନୁଆରୀରେ ଆମ୍ ଆଦମୀ ପାର୍ଟି ନେତା ସତ୍ୟେନ୍ଦ୍ର ଜୈନ ରାଷ୍ଟ୍ରପତିଙ୍କୁ ସୁପରାଶି କରିଥିଲେ ।
କିନ୍ତୁ ସେ ସମୟରେ ସତ୍ୟେନ୍ଦ୍ର ଜୈନ ମନ୍ତ୍ରୀ ପଦରେ ନଥିଲେ କି ବିଧାୟକ ନଥିଲେ । ଜାନୁଆରୀ ୨୯ରେ ଦିଲ୍ଲୀରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇସାରିଥିଲା । ଏହାର ବିଚାର କରିବା ପାଇଁ ସେ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଛନ୍ତି ।
ସୂଚନା ମୁତାବକ ନିର୍ଭୟା ଦୋଷୀ ଅକ୍ଷୟ ସିଂ ଠାକୁର, ମୁକେଶ ସିଂ, ପୱନ କୁମାର ଗୁପ୍ତାଙ୍କ ପାଖରେ ଫାଶୀରୁ ବଂଚିବା ପାଇଁ ଅନ୍ୟ କୌଣସି ବିକଳ୍ପ ଆଉ ନାହିଁ । ତେବେ ବିନୟ କୁମାର ଶର୍ମାଙ୍କ ପାଖରେ ରାଜକ୍ଷମା ଏବଂ କ୍ୟୁରେଟିଭ୍ ପିିଟିଶନର ବିକଳ୍ପ ରହିଛି ।
BREAKING NEWS
- ସିବିଆଇ ଅଫିସରେ ଥାଲାପତି ବିଜୟ…
- ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ପଡ଼ିବ ଭିତ୍ତିପ୍ରସ୍ତର
- ଭାରତ-ବାଂଲାଦେଶ ବିବାଦରେ ପାକିସ୍ତାନର ଏଂଟ୍ରି
- Vande Mataram: ସମସ୍ତ ଶିକ୍ଷାନୁଷ୍ଠାନରେ ସାମୂହିକ ବନ୍ଦେ ମାତରମ୍ ଗାନ କଲେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ
- ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜର ବାକିତକ ମ୍ୟାଚରୁ ଓହରିଲେ ୱାଶିଂଟନ ସୁନ୍ଦର
- ସଫଳ ହେବ କି PSLV ମିଶନ ? ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହେଲା ରକେଟ୍
- ଇରାନ ଉତ୍ତେଜନା: ୫୩୮ଜଣଙ୍କ ମୃତ୍ୟୁ, ୧୦ ହଜାରରୁ ଊର୍ଦ୍ଧ୍ୱ ଗିରଫ
- Golden Globe Awards 2026: ଓୱେନ୍ କୁପର୍ଙ୍କୁ ଗୋଲ୍ଡେନ୍ ଗ୍ଲୋବ୍ ପୁରସ୍କାର
- ସୋଲାନରେ ଅଗ୍ନିକାଣ୍ଡ: ଶିଶୁ ମୃତ, ୯ ଆହତ
- ‘ମୁଁ ହେଇଥିଲେ, ଇରାନୀ ନେତାଙ୍କୁ ହତ୍ୟା କରିଥାନ୍ତି,’ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଖାମେନେଇଙ୍କୁ ଦେଲେ ଆଶ୍ଚର୍ଯ୍ୟଜନକ ଧମକ…
Comments are closed.