ଭୁବନେଶ୍ୱର: ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ । ଏହାକୁ ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ପ୍ରକଳ୍ପ ପାଇଁ ଇଣ୍ଡିଆନ ଅଏଲର ସିଏସଆର ପାଣ୍ଠିରୁ ଅର୍ଥ ବିନିଯୋଗ ହେବ । ୭୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବିନ୍ଦୁସାଗରର ସଫେଇ କରାଯିବ ।
ଭର୍ଚୁଆରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନିଜ ଉଦବୋଧନରେ କହିଥିଲେ, ବିନ୍ଦୁସାଗରକୁ ସ୍ୱଚ୍ଛ କରିବା ଆମ ସମସ୍ତଙ୍କ ନୈତିକ ଦାୟିତ୍ୱ । ଭୁବନେଶ୍ୱରରେ ବହୁ ପୁଷ୍କରିଣୀ ରହିଛି ସେସବୁ ସ୍ୱଚ୍ଛ ରଖିବା ଜରୁରୀ । ବିନ୍ଦୁ ସାଗର ପ୍ରକଳ୍ପରେ ସହଯୋଗ କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ସମ୍ବୋଧନ କହିଛନ୍ତି, ଭାରତ ଏବଂ ଓଡିଶା ସରକାରଙ୍କ ସହାୟତାରେ ପ୍ରକଳ୍ପ କାମ କରାଯିବ । ବିନ୍ଦୁସାଗରକୁ ସ୍ୱଚ୍ଛ କରିବା ସରକାରଙ୍କ ପଦକ୍ଷେପ । ପ୍ରକଳ୍ପ କାର୍ଯ୍ୟ ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ ଟେକ୍ନୋଲୋଜି- ICT, ଓଡ଼ିଶା ବ୍ରିଜ୍ କର୍ପୋରେସନ- OBCCର ମିଳିତ ତଦାରଖରେ ସମ୍ପନ୍ନ ହେବ । ବିନ୍ଦୁସାଗର ଆମ ସମସ୍ତଙ୍କ ପାଇଁ ଗୌରବର କଥା ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
BREAKING NEWS
- Artemis II crew Emotional: ଜହ୍ନରେ କାନ୍ଦିଲା ମଣିଷ! କିଛି ଏମିତି ଦେଖିଲା, ଯାହା କେବେ କିଏ ଦେଖିନଥିଲେ…
- ଇସ୍ତଫା ଦେଲେ ଏୟାର ଇଣ୍ଡିଆର ସିଇଓ, ହଠାତ୍ ଏହି ବଡ଼ ନିଷ୍ପତ୍ତି ନେଲେ କାହିଁକି?
- ‘ଅମରାବତୀ’ ଏବେ ଆନ୍ଧ୍ର ପ୍ରଦେଶର ଏକମାତ୍ର ରାଜଧାନୀ
- ଓଲିଉଡର ଜଣାଶୁଣା ବରିଷ୍ଠ ଫିଲ୍ମ ପ୍ରଯୋଜକ ରବି ସ୍ୱାଇଁଙ୍କ ପରଲୋକ
- Odisha Weather Update: ଆହୁରୀ ସପ୍ତାହେ କାଳବୈଶାଖୀ ଆଶଙ୍କା, ୨୦ ଜିଲ୍ଲାକୁ ଝଡବର୍ଷା ସତର୍କତା
- ଗୋରୁ ମାଫିଆଙ୍କ ୮ଟି ସ୍ଥାନରେ ପୋଲିସର ଚଢ଼ାଉ, ୨୦ ଲକ୍ଷ ନଗଦ ଟଙ୍କା ଜବତ
- ରାତି ୮ଟା ଯାଏଁ ଡେଡଲାଇନ୍ ଦେଲେ ଟ୍ରମ୍ପ… ଚୁକ୍ତି ଚୂଡ଼ାନ୍ତ ନହୁଏ ତେବେ ଇରାନରେ କ’ଣ ହେବ?
- କୁଏତ ଏୟାରବେସ ଉପରେ ଇରାନର ଆକ୍ରମଣ, ୧୫ ଆମେରିକୀୟ ଆହତ
- ୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ;ଉଚ୍ଚଶିକ୍ଷା ମନ୍ତ୍ରୀ ଜଣାଇଲେ ଅଭିନନ୍ଦନ
- Financial literacy: ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପଢିବେ ଆର୍ଥିକ ସାକ୍ଷରତା ପାଠ;ସ୍ବତନ୍ତ୍ର ପ୍ରଶିକ୍ଷଣ ନେବେ ଶିକ୍ଷକ-ଶିକ୍ଷୟିତ୍ରୀ
Comments are closed.