ବରଗଡ଼: ବରଗଡ଼ ଜିଲ୍ଲାରେ ପୌରାଣିକ , ପ୍ରାକୃତିକ , ଐତିହାସିକ ସ୍ଥାନ ମାନଙ୍କର ଅଭାବ ନାହିଁ । କିନ୍ତୁ ପର୍ଯ୍ୟଟକ ମାନଙ୍କୁ ଆଧୁନିକ ବ୍ ବ୍ୟବସ୍ଥା ଥିବା ସେବା ଯୋଗେଇବା ପାଇଁ କୌଣସି ପଦକ୍ଷେପ ନିଆ ଯାଉନଥିବାରୁ ପର୍ଯ୍ୟଟନ ଶିଳ୍ପ ଅବହେଳିତ ଅବସ୍ଥାରେ ଅଛି। ବୀର ସୁରେନ୍ଦ୍ର ସାଏଙ୍କ ସ୍ମାରକୀ ବହନ କରୁଥିବା ପପଙ୍ଗା ପାହାଡ଼ , ବାର ପାହାଡ଼ର ବାର ବଖରା , ଗନିଆଁ ପାଳିରେ ଥିବା ବୌଦ୍ଧ ବିହାର , ପାଇକମାଲର ନୃସିଂହନାଥ ମନ୍ଦିର , ଗନ୍ଧମାର୍ଦ୍ଧନ ପାହାଡ଼ ଇତ୍ୟାଦି ରହିଛି । ବାର ପାହାଡ଼ର ଅନେକ ସ୍ଥାନରେ ହୀରାକୁଦ ବନ୍ଧର ପାଣି ସମୁଦ୍ର ପରି ଦେଖାଯାଏ।
ଗନ୍ଧମାର୍ଦ୍ଧନ ପାହାଡ଼ରେ ଅନେକ ଔଷଧୀୟ ଗୁଣଯୁକ୍ତ ଗଛଲତା ରହିଥିବା ହେତୁ ଆୟୁର୍ବେଦ ଗବେଷଣା ପାଇଁ ସୁଯୋଗ ରହିଛି। ପାହାଡ଼ ଚଢାଳି ମାନଙ୍କ ପାଇଁ ମଧ୍ୟ ଏହି ପାହାଡ଼ଟିକୁ ତାଲିମ କେନ୍ଦ୍ର ରୂପେ ବ୍ୟବହାର କରାଯାଇ ପାରିବ। କିନ୍ତୁ ଏଥିପ୍ରତି କାହାରବି ଧ୍ୟାନ ଆକର୍ଷିତ ହେଉନାହିଁ। ଯାହା ଫଳରେ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କଲାପରି କିଛି ହେଇପାରୁ ନାହିଁ । ବରଗଡ଼ ସହର ଧନୁଯାତ୍ରା ପାଇଁ ପ୍ରସିଦ୍ଧ ହୋଇଥିଲେ ସୁଦ୍ଧା ଯାତ୍ରା ସମୟରେ ମାତ୍ର ୧୦ ଦିନ ଏହା ଦେଖିବାର ସୁଯୋଗ ମିଳେ। ଯାତ୍ରା ସରିଗଲେ କୌଣସି ପର୍ଯ୍ୟଟକ ଆସି ଧନୁଯାତ୍ରାର କିଛି ସ୍ମାରକୀ ଦେଖିବାକୁ ଚାହିଁଲେ କୌଣସି ବ୍ୟବସ୍ଥା କରାଯାଇନାହିଁ। ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପ କମିଯାଉଥିବାରୁ ରାଜ୍ୟ ସରକାର ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବୀ ହେଉଛି ।
BREAKING NEWS
- Kavya Maran Wedding: ହାତକୁ ଦୁଇ ହାତ ହେବେ ସନରାଇଜର୍ସ ମାଲିକାଣୀ! ଗ୍ରୀସ୍ରେ ବାଜିବ ଶାହାନାଇ, ଜାଣନ୍ତୁ କାହାକୁ ବାହା ହେବେ SRH ସୁନ୍ଦରୀ…
- ଶ୍ରମିକ ଚାଲାଣ ଓ ଶୋଷଣ ଅଭିଯୋଗରେ ୫ ଗିରଫ
- ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ; ଓଡ଼ାପଡ଼ା ତହସିଲଦାର ମନୋଜ କୁମାର ମାଝୀ ନିଲମ୍ବିତ
- Governor Braj Mohan Ram in Bhubaneswar:ଭୁବନେଶ୍ୱରରେ ନବନିଯୁକ୍ତ ଓଡ଼ିଶା ରାଜ୍ୟପାଳ ବ୍ରଜମୋହନ ରାମ;ବିମାନବନ୍ଦରରେ ଗାର୍ଡ ଅଫ୍ ଅନର ପ୍ରଦାନ..
- ଫାର୍ମା କମ୍ପାନୀରେ ଭୟଙ୍କର ବିସ୍ଫୋରଣ, ୫ ମୃତ…
- Sand Art of Goddess Durga: ବାଲିରେ ଫଳ ଏବଂ ପରିବାରେ ଝଟକୁଛନ୍ତି ମା’ ଦୁର୍ଗା, ପୁରୀ ବେଳାଭୂମିରେ ନିଜର ନିଆରା କଳାକୃତିରେ ଜଗତଜନନୀଙ୍କୁ ଧରାପୃଷ୍ଠକୁ ସ୍ବାଗତ ଜଣାଇଲେ ସୁଦର୍ଶନ…
- ଭୁବନେଶ୍ୱର ବିମାନବନ୍ଦରରୁ ୫ କେଜିରୁ ଊର୍ଦ୍ଧ୍ବ ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ, ୪ ଅଟକ
- Tariffs on India: ତେଲ ପାଇଁ ବଦଳିଗଲେ ଟ୍ରମ୍ପ? ଭାରତକୁ ବଡ ଆଶ୍ବସ୍ତି, ୧୦୦% ଟାରିଫ୍ ନିଷ୍ପତ୍ତିରେ ବଡ଼ ମୋଡ଼…
- ଛାତ୍ର ସଂସଦ ନିର୍ବାଚନ; ଓଡ଼ିଶା ABVP ପ୍ରଦର୍ଶନକୁ ପ୍ରଶଂସା କଲେ ଅମିତ ଶାହ
- ଭିଜିଲାନ୍ସ ଜାଲରେ ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର, ୨୧.୮୮ ଲକ୍ଷ ନଗଦ…

Comments are closed.