Latest Odisha News

ରଣବୀର-ଆଲିୟାଙ୍କ ହଠାତ ଯୋଧପୁର ଗସ୍ତ: ବିବାହ ବନ୍ଧନରେ ଆବନ୍ଧ ହେବା ନେଇ ଜୋର ଧରିଲା ଚର୍ଚ୍ଚା

ମୁମ୍ବାଇ: ବଲିଉଡର ଦୁଇ ଷ୍ଟାର ରଣବୀର କାପୁର ଓ ଆଲିୟା ଭଟ୍ଟଙ୍କ ବିବାହ ନେଇ ବହୁଥର ଚର୍ଚ୍ଚା ହୋଇଛି । କରୋନା ମହାମାରୀ କମିବା ପରେ ଉଭୟଙ୍କୁ ହଠାତ୍ ଯୋଧପୁର ବିମାନ ବନ୍ଦରରେ ସ୍ପଟ କରାଯିବା ପରେ ପୁନର୍ବାର ସେମାନଙ୍କ ବିବାହ କଥା ଉଠିଛି । ରିପୋର୍ଟ ମୁତାବକ ରଣବୀର-ଆଲିୟା ସେମାନଙ୍କ ବିବାହ ଭେନ୍ୟୁ ଚୂଡାନ୍ତ କରିବା ପାଇଁ ଏଠାକୁ ଆସିଛନ୍ତି ।

ଅନ୍ୟ ଏକ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଚଳିତ ମାସ ୧୯ରେ ରଣବୀର ତାଙ୍କର ୩୯ତମ ଜନ୍ମଦିନ ପାଳନ କରିବେ । ସେଥିପାଇଁ ଏହି ପ୍ରେମୀଯୁଗଳ ଏଠାକୁ ଆସିଥିବା ଅନୁମାନ କରାଯାଉଛି । ତେବେ ବିଧିବଦ୍ଧ ଭାବେ ଏ ନେଇ କୌଣସି ମନ୍ତବ୍ୟ ରଣବୀର କିମ୍ବା ଆଲିୟା ଦେଇ ନ ଥିବରୁ ସମୟକୁ କେବଳ ଅପକ୍ଷୋ କରିବା କଥା । ଗତବର୍ଷ ରଣବୀର ତାଙ୍କ ପରିବାର ଲୋକଙ୍କ ସହ ଜନ୍ମଦିନ ପାଳନ କରିଥିଲେ । ସେଠାରେ ଅଲିୟା ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.