Latest Odisha News

ଋଷର ସାଙ୍ଘାତିକ ଅଭିଯୋଗ, ଯୁଦ୍ଧରେ ୟୁକ୍ରେନକୁ ବାୟୋ ୱିପନ ଯୋଗାଉଛି ଆମେରିକା

ଦିଲ୍ଳୀ: ଋଷ ଏବଂ ୟୁକେନ ମଧ୍ୟରେ ଯୁଦ୍ଧ ବଢ଼ିବାରେ ଲାଗିଛି । ଉଭୟଙ୍କ ମଧ୍ୟରେ  ପରସ୍ପର  ଆରୋପ ପ୍ରତ୍ୟାରୋପ ଜାରି ରଖିଛନ୍ତି । ଉଭୟ ରାଷ୍ଟ୍ର ପରସ୍ପରର ସୈନ୍ୟଙ୍କୁ ମାରିଥିବା ନେଇ ଦାବି କରୁଥିବା ବେଳେ ଏହାରି ମଧ୍ୟରେ ଏକ ବିସ୍ଫୋରକ ବୟାନ ଜାରି କରିଛି ଋଷିଆ ।

ଯୁଦ୍ଧ ସଙ୍କଟ ମଧ୍ୟରେ ଆମେରିକା ନାମରେ ଏକ ସାଂଘାତିକ ଅଭିଯୋଗ ଆଣିଛି ଋଷ । ୟୁକ୍ରେନରେ ଋଷ ସୈନ୍ୟମାନେ ବିପୁଳ ପରିମାଣରେ ଜୈବ ହତିଆର ମହଜୁଦ ଥିବାର ପ୍ରମାଣ ପାଇଥିବା ନେଇ ଅଭିଯୋଗ ଆସିଛି ।

ଏହି ବାୟୋ ୱିପନ ପଛରେ ଆମେରିକାର ହାତ ରହିଥିବା ନେଇ ଋଷ ଅଭିଯୋଗ କରିଛି । ବାୟୋ ୱିପନ କିଣିବା ପାଇଁ ଆମେରିକା ଆର୍ଥିକ ସହାୟତା ଦେଉଛି ବୋଲି ଋଷ ଅଭିଯୋଗ ଆଣିଛି ।

ସେପଟେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି ଆମେରିକା  । ଘଟଣା ନେଇ କୌଣସି ସତ୍ୟତା ନଥିବା ସେ କହିଛି ।

 

Comments are closed.