Latest Odisha News

BREAKING NEWS

ପାରମ୍ପରିକ ରିତି ନୀତିରେ ହେଲା ମା’ ବିରଜାଙ୍କ ଝୁଲଣ ଯାତ୍ରା, ନୂଆ ପଞ୍ଜିକା ପାଠ କଲେ ସେବକ

ଯାଜପୁର; ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଯାଜପୁରର ମା’ ବିରଜାଙ୍କ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଛି। ପାରମ୍ପକି ରୀତିନୀତିରେ ପୂଜାର୍ଚ୍ଚନା ହେବା ସହିତ ସେବକ ଜ୍ୟୋତିଷମାନେ ମାଆ ବିରଜା ନିକଟରେ ନୂଆ ବିରଜା ପାଞ୍ଜୀ ପାଠ କରିଛନ୍ତି।

ଝୁଲଣ ଯାତ୍ରା ପାଇଁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରି ପାରମ୍ପରିକ ରିତିନୀତି ନିୟମ ଅନୁସାରେ ମା’ଙ୍କ ବିଜେ ପ୍ରତିମାକୁ ଦୋଳ ମଣ୍ଡପକୁ ଅଣାଯାଇଥିଲା। ଏହାପରେ ବରିଷ୍ଠ ପୂଜକ ଗ୍ୟାନ ରଂଜନ ପତିଙ୍କ ତତ୍ୱାବଧାନରେ ମା’ ବିରଜାଙ୍କ ପୂଜାର୍ଚ୍ଚନା କରାଯିବା ସହ ସେବକ ଜ୍ୟୋତିଷମାନେ ମାଆଙ୍କୁ ସୁମରଣ କରି ମାଆଙ୍କ ଆଗରେ ନୂଆ ପଞ୍ଜି ପଢ଼ିଥିଲେ।

ପୁରାତନ ଭାସ୍ୱତୀ ଗଣନା ଅନୁଯାୟୀ ୧୨ ରାଶିର ଗ୍ରହ, ନକ୍ଷତ୍ର ଚଳନ ଓ ଦେଶର ଭବିଷ୍ୟତ ବାଣୀ ସମ୍ପର୍କରେ ସୂଚନା ଦିଆଯାଇଥିଲା। ଏହି ପଞ୍ଜିକା ଜନସାଧାରଣଙ୍କ ପାଇଁ ପଣାସଂଙ୍କ୍ରନ୍ତି ତଥା ଓଡିଆ ନବବର୍ଷ ଏପ୍ରିଲ ୧୪ ରେ ଉତ୍ସର୍ଗ କରାଯାଇଥାଏ ।

ସୂଚନା ଥାଉକି, ଏହି ବିରଜା ପଞ୍ଜିକାରେ ମା’ ବିରଜାଙ୍କର ବର୍ଷକର ରିତିନୀତି ପୂଜାର୍ଚ୍ଚନାର ସମୟ ନିର୍ଘଣ୍ଟ ବିବରଣୀ ରହିଥାଏ। ଏଥିସହିତ ଏହି ପାଞ୍ଜୀ ବିରଜା ମଣ୍ଡଳି ବ୍ୟତିତ ଭଦ୍ରକ, କେନ୍ଦ୍ରପଡା, କେନ୍ଦୁଝର ଜିଲ୍ଲାମାନଙ୍କରେ ମଧ୍ୟ ପ୍ରଚଳିତ ହୋଇଥାଏ। ଏହି ପାଞ୍ଜୀ ଦେଖି ଉପରୋକ୍ତ ଜିଲ୍ଲାଗୁଡ଼ିକରେ ତିଥି ଓ ପର୍ବପର୍ବାଣୀ ପାଳନ କରାଯାଇ ଥାଏ।

Leave A Reply

Your email address will not be published.