Latest Odisha News

BREAKING NEWS

ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଗଣନା ଆରମ୍ଭ : ଆଜିଠୁ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଚାଲିବ ଗଣନା କାର୍ଯ୍ୟ

ରାଜନଗର : ଆଜିଠୁ ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି  ।       ଆଜିଠାରୁ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ  । ୫ଦିନ ଧରି ସକାଳ ୬ଟା ରୁ ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀଗଣନା କରାଯିବ । ଏଥିପାଇଁ ୪ଟି ଟିମ୍ ଗଠନ କରାଯାଇଛି  ।  ପ୍ରତି ଟିମରେ ୪ରୁ ଊର୍ଦ୍ଧ୍ବ ବନ କର୍ମଚାରୀ ରହିଛନ୍ତି ।

ମଠଆଡିଆ, ଲଷ୍ମୀପ୍ରସାଦ ଡିଆ ଓ ଦୁର୍ଗାପ୍ରସାଦ ଡିଆରେ ୩ଟି ଟିମ୍ ରହିଛନ୍ତି । ନୂଆ କରି ଏକମାଣିଆ ଡିଆ ଠାରେ ଅନ୍ୟ ଏକ ଟିମ ପକ୍ଷୀ ଗଣନା କରୁଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ସଂଖ୍ୟକ ପକ୍ଷୀ ଗଣନା କରାଯିବା ନେଇ ବନବିଭାଗ ଆଶା ରଖିଛି  । ଏ ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି ।

 

Leave A Reply

Your email address will not be published.