Latest Odisha News

BREAKING NEWS

ଭୁବନେଶ୍ୱର ଓୟୁଏଟି ଫାର୍ମରେ ବାର୍ଡ ଫ୍ଲୁ ଚିହ୍ନଟ !

ଭୁବନେଶ୍ୱର: ଓୟୁଏଟି ଫାର୍ମରେ ବାର୍ଡ ଫ୍ଲୁ ଚିହ୍ନଟ କରାଯାଇଥିବା ସୂଚନା ମିଳିଛି । ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା ନେଇ ଓୟୁଏଟି ବିଭାଗୀୟ ମୁଖ୍ୟ ସୁଶେନ ପଣ୍ଡା ସୂଚନା ଦେଇଛନ୍ତି । ତାଙ୍କ କହିବା ମୁତାବକ, “ଓୟୁଏଟି ରିସର୍ଚ୍ଚ ଫାର୍ମରେ ୨ରୁ ୩ ଦିନ ହେଲା କୁକୁଡା ମରୁଥିଲେ । କୁକୁଡାଙ୍କ ସାମ୍ପଲକୁ ଭୋପାଳ ପରୀକ୍ଷା କେନ୍ଦ୍ରକୁ ପଠାଯାଇଥିଲା । ଆଜି ଭୋପାଳ ଲ୍ୟାବରୁ ରିପୋର୍ଟ ଆସିବା ପରେ କୁକୁଡାଙ୍କୁ ବାର୍ଡ ଫ୍ଲୁ ହୋଇଥିବା ସ୍ପଷ୍ଟ ହୋଇଛି । ବାର୍ଡ ଫ୍ଲୁ ହୋଇଥିବା ନେଇ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଛି । ଆସନ୍ତାକାଲି ଠାରୁ ଓୟୁଏଟି କୁକୁଡା ଫାର୍ମରେ କୁକୁଡା ମରା ଅଭିଯାନ ଆରମ୍ଭ ହେବ ।”

ତେବେ ମିଳିଥିବା ସୂଚନା ଅନୁସାରେ, ଓୟୁଏଟି ରିସର୍ଚ୍ଚ ଫାର୍ମରେ ଶହେରୁ ଅଧିକ କୁକୁଡା ରହିଥିବା କୁହାଯାଉଛି । ପ୍ରତିବର୍ଷ ଓଡିଶାରେ ବାର୍ଡ ଫ୍ଲୁ ସଙ୍କଟ ଦେଖାଯାଏ ।

ବାର୍ଡ ଫ୍ଲୁ ଆଶଙ୍କାରେ ଆସନ୍ତାକାଲି ଠାରୁ ନନ୍ଦନକାନନ ପକ୍ଷୀ ବିହାରକୁ ବନ୍ଦ କରାଯିବ । ପରବର୍ତ୍ତୀ ଆଦେଶ ଯାଏଁ ଅନିର୍ଦ୍ଦିଷ୍ଟ କାଳ ପାଇଁ ପକ୍ଷୀ ବିହାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ନନ୍ଦନକାନନ କର୍ତ୍ତୃପକ୍ଷ ।

ଏଠାରେ ସୂଚନାଯୋଗ୍ୟ, ଓୟୁଏଟି ଫାର୍ମରେ ବାର୍ଡ ଫ୍ଲୁ ଚିହ୍ନଟ । ଭୋପାଳ ଯାଇଥିବା ସାମ୍ପଲରୁ ଚିହ୍ନଟ ହେଲା ବାର୍ଡ ଫ୍ଲୁ । ବାର୍ଡ ଫ୍ଲୁ ଚିହ୍ନଟ ନେଇ ବିଭାଗୀୟ ମୁଖ୍ୟ ସୁଶେନ ପଣ୍ଡାଙ୍କ ସୂଚନା । ଆସନ୍ତାକାଲିଠାରୁ ଆରମ୍ଭ ହେବ କୁକୁଡା ମରା ଅଭିଯାନ । ଓୟୁଏଟି ରିସର୍ଚ୍ଚ ଫାର୍ମରେ ଦୁଇ ତିନି ଦିନ ହେଲା ମରୁଥିଲେ କୁକୁଡା ।

Leave A Reply

Your email address will not be published.