Latest Odisha News

BREAKING NEWS

କେନ୍ଦ୍ରୀୟ ବଜେଟ୍ ୨୦୨୦: ଦେଶର ୧.୪୭ କୋଟି କରଦାତାଙ୍କୁ ମିଳିପାରେ ରିହାତି, କିପରି ଜାଣନ୍ତୁ…

ନୂଆଦିଲ୍ଲୀ: ଦେଶର ର ଆର୍ଥିକ ପ୍ରଗତିକୁ ଆଖିଆଗରେ ରଖି ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ଉପଲବ୍ଧ କରାଇବାକୁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ନରେନ୍ଦ୍ର ମୋଦୀ ସରକାର ବଜେଟ ୨୦୨୦ ରେ ବ୍ୟକ୍ତିଗତ ଆୟକର ରେ ରିହାତି ଦେବାପାଇଁ ବିଭିନ୍ନ ବିକଳ୍ପ ସବୁ ଉପରେ ବିଚାର କରୁଛନ୍ତି । ପ୍ରଧାନମନ୍ତ୍ରୀ ଆଗାମୀ କିଛି ଦିନରେ ଏଥିପାଇଁ କିଛି ନିର୍ଣ୍ଣୟ ନେଇ ପାରନ୍ତି । ବିତ୍ତ ମନ୍ତ୍ରାଳୟ ଏଥିପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା କରୁଛନ୍ତି । ଏହାସହ ପ୍ରତେକ୍ଷ କର ପ୍ରଣାଳୀକୁ ସରଳ କରିବାର ମତାମତ ଉପରେ କାମ କରୁଛି । ବିତ୍ତ ମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଫେବୃଆରୀ କୁ ବିତ୍ତ ବର୍ଷ ୨୦୨୦-୨୦୨୧ ର ବଜେଟ ଆଗତ କରିବେ ।

ଏଜେଣ୍ଡାରେ ଟ୍ୟାକ୍ସ ସ୍ଲାବରେ ପରିବର୍ତ୍ତନ:

ସୂତ୍ର ଅନୁସାରେ ଏଜେଣ୍ଡାରେ ଟ୍ୟାକ୍ସ ସ୍ଲାବରେ ପରିବର୍ତ୍ତନ ହୋଇପାରେ । ସରକାର ବର୍ତ୍ତମାନ ଥିବା ଟ୍ୟାକ୍ସ ସ୍ଲାବ କୁ ପରିବର୍ତ୍ତନ କରି ନୂଆ ସ୍ଲାବ କରିପାରନ୍ତି । ଏଥିରେ ଅଢେଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାଡ଼ ର ସୀମା କରାଯାଇପାରେ । ସୁତ୍ର ଅନୁସାରେ ସରକାର ଟ୍ୟାକ୍ସ ସେଭିଂ ସୀମା ବଢାଇବା ପାଇଁ ବିଭିନ୍ନ ଅପରେସନ ଉପରେ ବିଚାର କରୁଛନ୍ତି । ଇଂଫ୍ରାଷ୍ଟ୍ରକ୍ଚଚର ବଣ୍ଡ ଜରୀଆରେ କର ସଞ୍ଚୟ ଉପରେ ବିଚାର କରାଯାଉଛି । ଏଥିରେ ଏକ ବର୍ଷ ରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଇଂଫ୍ରା ବଣ୍ଡ ଉପରେ କର ସଞ୍ଚୟ ସୁବିଧା ଦିଆଯାଇପାରେ ।

୧୦ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ୧୦% ଟ୍ୟାକ୍ସ:

ଡ଼ାଇରେକ୍ଟ ଟ୍ୟାଙ୍କ କୋଡ଼ ( ଡିଟିସି) ଜଡିତ ସମିତି ୧୦ ଲକ୍ଷ ଟଙ୍କା ବାର୍ଷିକ ଆୟ ଉପରେ ୧୦ ପ୍ରତିଶତ ଦର ରେ କର ନେବାପାଇଁ ପରାମର୍ଶ ଦେଇଛି । ଏଥିରେ କରଦାତା ଙ୍କୁ ଏକ ବଡ଼ ଭାଗ ଙ୍କୁ ଫାଇଦା ହେବ । ଏହାଛଡା ୧୦-୨୦ ଲକ୍ଷ ଟଙ୍କା ଆୟ ଉପରେ ୨୦ ପ୍ରତିଶତ ଦରରେ କର, ୨୦ ଲକ୍ଷ ରୁ ନେଇ ଦୁଇ କୋଟି ଓ ଦୁଇ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ବାର୍ଷିକ ଆୟ ଉପରେ ୩୫ ପ୍ରତିଶତ ଦରରେ କର ନେବାକୁ କୁହାଯାଇଛି ।

୧.୪୭ କୋଟି କରଦାତା ଙ୍କୁ ମିଳିବ ଫାଇଦା:

ଯଦି ଏହି ସୁପାରିଶ କୁ ସ୍ୱୀକାର କରାଯାଏ ତାହାଲେ ପ୍ରାୟ ୧.୪୭ କୋଟି କରଦାତା ୨୦ ପ୍ରତିଶତ ସ୍ଲାବରୁ ୧୦ ପ୍ରତିଶତ ସ୍ଲାବକୁ ଆସିଯିବେ । କାର୍ଯ୍ୟବଳ କରଦାତା ଙ୍କ ପାଇଁ ଛାଡ଼ ସୀମା କୁ ୨.୫ ଲକ୍ଷ ଟଙ୍କା ଉପରେ ରଖିବାକୁ କୁହାଯାଇଛି ।

୨୦୧୯-୨୦୨୦ ବଜେଟ ରେ ହୋଇନଥିଲା ପରିବର୍ତ୍ତନ:

ବିତ୍ତ ମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବର୍ଷର ବଜେଟ ଆଗତ ସମୟରେ ଆୟକର ସ୍ଲାବରେ ଓ ଇନକମଟ୍ୟାକ୍ସ ର ରେଟ ରେ କୌଣସି ପ୍ରକାର ପରିବର୍ତ୍ତନ କରିନଥିଲେ । ସମସ୍ତ କରଦାତା ଙ୍କୁ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ଉପରେ ୧୨,୫୦୦ ଟଙ୍କା ରିହାତି ଦେଇଥିଲେ । ଏହାଛଡା ସାଧାରଣ ରିହାତି କୁ ୫୦,୦୦୦ ଟଙ୍କା ରଖାଯାଇଥିଲା ।

Leave A Reply

Your email address will not be published.