Latest Odisha News

BREAKING NEWS

ଦୁନିଆର ୩ଟି ସବୁଠୁ ବଡ଼ ପ୍ରଶ୍ନର ଉତ୍ତର ଦେଇଥିଲେ କାକଭୁଶୁଣ୍ଡି; ଜାଣନ୍ତୁ କ’ଣ !

ପୁରୀ: ମହାନ ହିନ୍ଦୁ ସଂସ୍କୃତିରେ ଅନେକ ରୋଚକ କଥାବସ୍ତୁ ରହିଛି ଯାହାକି ମନୁଷ୍ୟକୁ ଏହା ଅନେକ ଉପାଦେୟ ଜ୍ଞାନ ପ୍ରଦାନ କରିଥାଏ । ପୁରାତନ ଭାରତୀୟ ପୁରାଣ ଶାସ୍ତ୍ରର ଆଜି ମଧ୍ୟ ଆଦୃତି ରହିଛି । ମହାନ ରାମାୟଣ ଓ ମହାଭାରତ ଗ୍ରନ୍ଥ ସହିତ ପବିତ୍ର ଗୀତା ଓ ଭାଗବତର କଥାବସ୍ତୁ ସମଗ୍ର ବିଶ୍ୱରେ ଜନପ୍ରିୟତା ହାସଲ କରିପାରିଛି ।

କାକଭୁଶୁଣ୍ଡି ନାମରେ ଜଣେ ବ୍ରାହ୍ମଣ ଥିଲେ । ସେ ଲୋମଶ ଋଷିଙ୍କ ଠାରୁ ଅଭିଶାପ ପାଇ କାଉ ହୋଇଯାଇଥିଲେ । ତେଵେ ସେ ଭଗବାନ ଶ୍ରୀରାମଙ୍କ ପରମଭକ୍ତ ଥିଲେ । କିମ୍ବଦନ୍ତୀ ଅନୁଯାୟୀ ସେ ଭୁଶୁଣ୍ଡି ରାମାୟଣ ଲେଖିଥିଲେ । ପକ୍ଷୀରାଜ ଗରୁଡଙ୍କୁ ଶ୍ରୀରାମ କଥା କାକଭୁଶୁଣ୍ଡି ଶୁଣାଇଥିଲେ । ଭୁଶୁଣ୍ଡି ରାମାୟଣ ବର୍ତ୍ତମାନ ନାହିଁ କିନ୍ତୁ ଶ୍ରୀରାମଚରିତ ମାନସର ଉତ୍ତରାକାଣ୍ଡରେ ସେ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଏଠାରେ ଉଲ୍ଲେଖ ରହିଛି ଯେ ଗରୁଡ଼ କାକଭୁଶୁଣ୍ଡିଙ୍କୁ ତିନୋଟି ପ୍ରଶ୍ନ ପଚାରିଥିଲେ ।

ପ୍ରଥମ ପ୍ରଶ୍ନ ଥିଲା–ସବୁଠୁ ବଡ଼ ଦୁଃଖ କ’ଣ ?

ଉତ୍ତର–କାକଭୁଶୁଣ୍ଡି କହିଥିଲେ, ଅଜ୍ଞାନତାରୂପୀ ଦରିଦ୍ରତା ଠାରୁ ବଳି ଆଉ ଦୁଃଖ ଏ ସଂସାରରେ ନାହିଁ ।

ଦ୍ୱିତୀୟ ପ୍ରଶ୍ନ ଥିଲା–ସବୁଠୁ ବଡ଼ ସୁଖ କ’ଣ ?

ଉତ୍ତର –କାକଭୁଶୁଣ୍ଡି କହିଥିଲେ,ସାଧୁ ସନ୍ଥ ମିଳନ ଛଡା ଜଗତରେ ଅନ୍ୟ କୌଣସି ସୁଖ ନାହିଁ ।

ତୃତୀୟ ତଥା ଅନ୍ତିମ ପ୍ରଶ୍ନ ଥିଲା—ସବୁଠୁ ବଡ଼ ଅହିତ କ’ଣ ?

ଉତ୍ତର–କାକଭୁଶୁଣ୍ଡି କହିଥିଲେ,ବିନା ସ୍ବାର୍ଥରେ ଦୁଷ୍ଟ ଅନ୍ୟର କ୍ଷତି କରିଥାଏ । ଏହାହିଁ ସବୁଠୁ ବଡ଼ ଅହିତ ।

Leave A Reply

Your email address will not be published.