Latest Odisha News

BREAKING NEWS

ହୋଲି ପୂର୍ବରୁ ବାର୍ଡ ଫ୍ଲୁ ଆତଙ୍କ, ୪୦୦ରୁ ଅଧିକ କୁକୁଡ଼ା ମୃତ

ରାଞ୍ଚି: ହୋଲି ପୂର୍ବରୁ ବାର୍ଡ ଫ୍ଲୁ ଆତଙ୍କ ଦେଖା ଦେଇଛି । ୪୦୦ରୁ ଅଧିକ କୁକୁଡ଼ାଙ୍କ ମୃତ୍ୟୁ ହୋଇଥିବା ବେଳେ ବାର୍ଡ ଫ୍ଲୁ ଆଶଙ୍କା କରାଯାଉଛି । ଝାଡ଼ଖଣ୍ଡରେ ଏକାଧିକ କୁକୁଡ଼ାଙ୍କ ମୃତ୍ୟୁ ପରେ ପଶୁପାଳନ ବିଭାଗ ବୋକାରୋରେ ଲୋକଙ୍କୁ ସତର୍କ କରାଇଛି ।

ପଶୁପାଳନ ବିଭାଗର ଏକ ଟିମ୍ କୁକୁଡ଼ା ନମୁନା ସଂଗ୍ରହ କରି କୋଲକାତା ଓ ମଧ୍ୟପ୍ରଦେଶ ଯାଞ୍ଚ ପାଇଁ ପଠାଇଛି । ଯାଞ୍ଚ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ କିଭଳି ହେଲା ଏତେ ସଂଖ୍ୟକ କୁକୁଡ଼ାଙ୍କ ମୃତ୍ୟୁ । ବୋକାରୋରେ ବିଶେଷ କରି କଡ଼କନାଥ, ରୋଡ୍ ଆଇଲାଣ୍ଡ ରେଡ୍ ଆମେରିକାନ ପ୍ରଜାତିର କୁକୁଡ଼ା ଚାଷ ହୋଇଥାଏ ।

ଉକ୍ତ ଅଞ୍ଚଳରେ ୨୯୮ କଡ଼କନାଥ କୁକୁଡ଼ା ସହ ୧୮୬ଟି ରୋଡ୍ ଆଇଲାଣ୍ଡ ରେଡ୍ କୁକୁଡ଼ାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏକାଧିକ କୁକୁଡ଼ାଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଛି ଚିକିତ୍ସା । ପଶୁପାଳନ ବିଭାଗର ଏକ ଟିମ୍ କୁକୁଡ଼ାଙ୍କ ଚିକିତ୍ସା ପାଇଁ ମୁତୟନ ହୋଇଥିବା ବେଳେ କୁକୁଡ଼ାଙ୍କ ଠାରେ ବାର୍ଡ ଫ୍ଲୁର ଲକ୍ଷଣ ଦେଖା ଯାଉଥିବା କହିଛନ୍ତି ଅଧିକାରୀ ।

Leave A Reply

Your email address will not be published.