Latest Odisha News

BREAKING NEWS

ଦିଲ୍ଲୀ ମଦ ଦୁର୍ନୀତି ମାମଲା: ସିସୋଡିଆଙ୍କ ଅନୁରୋଧ ଗ୍ରହଣ କଲା ସିବିଆଇ

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ସିବିଆଇ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ରବିବାର ହାଜର ହେବା ପାଇଁ ସମନ ପଠାଇଥିଲା । ତେବେ ଦିଲ୍ଲୀର ବଜେଟ ପାଇଁ ସିସୋଡିଆ ଏଥିପାଇଁ ସପ୍ତାହେ ସମୟ ମାଗିଥିଲେ । ରବିବାର ସିବିଆଇ ସିସୋଡିଆଙ୍କ ଏହି ଅନୁରୋଧ ଗ୍ରହଣ କରିଛି । କେଉଁ ତାରିଖରେ ସେ ହାଜର ହେବେ ସେ ନେଇ ସିବିଆଇ ପକ୍ଷରୁ କୌଣସି ତାରିଖ ଘୋଷଣା କରାଯାଇ ନାହିଁ । ଏହା ପରେ ପରେ ସିସୋଡିଆଙ୍କ ଗିରଫ ହେବାରେ ଆଉ ସପ୍ତାହେ ବିଳମ୍ବ ହେବ ବୋଲି ଆପ ନେତା ସୌରଭ ଭରଦ୍ୱାଜ କହିଛନ୍ତି ।

ପୂର୍ବରୁ ଏହି ଦୁର୍ନୀତି ମାମଲାରେ ଜାରୀ କରାଯାଇଥିବା ଚାର୍ଜଶିଟରେ ସିସୋଡିଆଙ୍କ ନାମ ନ ଥିଲା । ସିବିଆଇ କଣ ପାଇଁ ତାଙ୍କୁ ପଚରାଉଚରା କରିବାକୁ ଯାଉଛି ତାହା ସ୍ପଷ୍ଟ ହୋଇନତି । ମଦ ଦୁର୍ନୀତି ମାମଲାରେ ବିଜେପି ଓ ଆପ ବାରମ୍ବାର ମୁହାଁମୁହିଁ ହେବାରେ ଲାଗିଛନ୍ତି । ସିବିସିଆଇ ତାଙ୍କ ଘର ଏବଂ ଅଫିସ ତଲାସ କରି ସାରିଛି ।

Leave A Reply

Your email address will not be published.