Latest Odisha News

BREAKING NEWS

ଭିତରକନିକା ଅଭୟାରଣ୍ୟରେ ବାର୍ଡ ଫ୍ଲୁ ଆତଙ୍କ !

କେନ୍ଦ୍ରାପଡ଼ା: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ବାର୍ଡ ଫ୍ଲୁ ବ୍ୟାପିବା ବ୍ୟାପିବା ପୂର୍ବରୁ ତୁରନ୍ତ ରାଜ୍ୟ ପଶୁ ସମ୍ପଦ ବିଭାଗ ପକ୍ଷରୁ ପ୍ରତିଷେଧାତ୍ମକ ପଦକ୍ଷେପ ଗ୍ରହଣ କରାଯାଇଥିଲା । ତେବେ ଏବେ ଏହି ପକ୍ଷୀ ଗୁଡ଼ିକ ଭିତରକନିକା ଅଭୟାରଣ୍ୟକୁ ଶୀତ ଋତୁରେ ହଜାର ହଜାର ସଂଖ୍ୟାରେ ଯାଉଥିବାରୁ ଏବେ ଏଠାରେ ବାର୍ଡ ଫ୍ଲୁ ଆଶଙ୍କା ନେଇ ବିଭାଗ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି ।

ରାଜ୍ୟ ପଶୁ ସମ୍ପଦ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନାନୁଯାୟୀ, ରାଜନଗର ପଶୁ ଚିକିତ୍ସାଧିକାରୀ ପତିତପାବନ ବଳ ଓ ଅତିରିକ୍ତ ପଶୁ ଚିକିତ୍ସାଧିକାରୀ ଦେବୀପ୍ରସାଦ କୁଣ୍ଡୁଙ୍କ ନେତୃତ୍ୱରେ ଭେଟେରିନାରୀ କର୍ମକର୍ତ୍ତାଙ୍କ ଏକ ଟିମ୍ ଭିତରକନିକା ଅଭୟାରଣ୍ୟ ଅଭୟାରଣ୍ୟ ଯାଇ ୩୧୪ଟି ପକ୍ଷୀ ନମୁନା ସଂଗ୍ରହ କରିଥିଲେ ।

ଏହି ପକ୍ଷୀ ନମୁନା ଗୁଡ଼ିକ ଭିତରକନିକା ଅଭୟାରଣ୍ୟର ମଠଦିଆ, ବଗଗହଣ, ଡ଼ାଙ୍ଗମାଳ, ଖମାରସାହି, ନଳିତାପାଟିଆ, ପେଣ୍ଠ ଏବଂ ସୁନ୍ଦରୀପାଳ ଅଞ୍ଚଳରୁ ସଂଗ୍ରହ କରାଯାଇଛି । ଏହି ଟିମ୍ ମଧ୍ୟ ୧୮୦ ପ୍ରକାର ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ସେରମ ନମୁନା ସଂଗ୍ରହ କରିଛନ୍ତି । ଏହି ଭିନ୍ନ ଭିନ୍ନ ପ୍ରଜାତିର ପକ୍ଷୀ ମାନଙ୍କ ମଧ୍ୟରେ ରୁଡ଼ି ସେଲ୍ଡଲକ, ବାର୍ ହେଡ଼େଡ୍, ଗୁଜ୍, ନର୍ଦନ ପିଣ୍ଟେଲ୍ ଏବଂ ଉରାସିଆଲ୍ ୱେଜନ ରହିଛି ।

ଭିତରକନିକା କର୍ତ୍ତୃପକ୍ଷ ଏହି ପକ୍ଷୀ ନମୁନାଗୁଡ଼ିକୁ ସଂଗ୍ରହ କରି ଫୁଲନଖରାସ୍ଥିତ ପଶୁ ରୋଗ ଗବେଷଣା ପ୍ରତିଷ୍ଠାନ (ଏଡ଼ିଆରଆଇ) କୁ ପଠାଇଦେଇଛନ୍ତି । ଫୁଲନଖରାସ୍ଥିତ ପଶୁ ରୋଗ ଗବେଷଣା ପ୍ରତିଷ୍ଠାନ (ଏଡ଼ିଆରଆଇ) ଏହି ନମୁନାଗୁଡ଼ିକୁ ଭୋପାଳସ୍ଥିତ ପରୀକ୍ଷା କେନ୍ଦ୍ରକୁ ପଠାଇବେ ବୋଲି ସୂଚନା ମିଳିଛି ।

ଭିତରକନିକା ଅଭୟାରଣ୍ୟର ବଗଗହଣ, ସାତଭାୟା, ଗହିରମଥା, ମଠଦିଆ ଏବଂ ରାଇପାଟିଆରେ ପାଖାପାଖି ୧ ଲକ୍ଷ ବିଦେଶାଗତ ପକ୍ଷୀ ପହଞ୍ଚିଛନ୍ତି । ଏଥିମଧ୍ୟରୁ ପ୍ରାୟ ୫୦,୦୦୦ ପକ୍ଷୀ କେବଳ ସାତଭାୟା ଅଞ୍ଚଳରେ ଅବସ୍ଥାନ କରୁଛନ୍ତି ।

Leave A Reply

Your email address will not be published.