Latest Odisha News

BREAKING NEWS

ୟୁରୋପୀୟ ସଂସଦରେ ସିଏଏ ବିରୋଧୀ ପ୍ରସ୍ତାବ: ମାର୍ଚ୍ଚକୁ ଘୁଞ୍ଚିଲା ଭୋଟିଂ

ଲଣ୍ଡନ: ଭାରତର ନାଗରିକତା ସଂଶୋଧନ ଆଇନ ମାମଲାରେ କୁଟନୈତିକ ବିଜୟ ହୋଇଛି । ନାଗରିକତା ସଂଶୋଧନ ଆଇନ ଭାରତରେ ଚହଳ ପକାଇଥିବାବେଳେ ଏହା ୟୁରୋପୀୟ ସଂସଦକୁ ପହଂଚିଯାଇଛି ।

ୟୁରୋପୀୟ ସଙ୍ଘର ବିଦେଶ ବ୍ୟାପାର ବିଭାଗର ଉଚ୍ଚ ପ୍ରତିନିଧି ଯୋସେଫ ବୋରେଲ ‘ରାୟସିନା କାର‌୍ୟ୍ୟକ୍ରମ’ ପାଇଁ ଭାରତ ଗସ୍ତ କରିବାର ଦୁଇ ସପ୍ତାହ ପରେ ୟୁରୋପୀୟ ସଂସଦ ଭାରତର ନାଗରିକତା ସଂଶୋଧନ ଆଇନ ବିରୁଦ୍ଧରେ ଜାରି ହୋଇଥିବା ପ୍ରସ୍ତାବ ଉପରେ ଆଲୋଚନା ଓ ମତଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଆଜି ହେବାକୁ ଥିବା ମତଦାନ ପ୍ରକ୍ରିୟାକୁ ସ୍ଥଗିତ ରଖିଛି ୟୁରୋପ । ସିଏଏ ଉପରେ ଭୋଟିଙ୍ଗ ପ୍ରକ୍ରିୟା ସଂସଦର ନୂଆ ଅଧିବେଶନ ମାର୍ଚ୍ଚ ୨ ତାରିଖରେ ଆରମ୍ଭ ହେବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଚ୍ଚ ମାସରେ ବ୍ରସେଲ୍ସରେ ହେବାକୁ ଥିବା ଦ୍ୱପାକ୍ଷିକ ସମ୍ମିଳନୀକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି ।

ସୂଚନାଯୋଗ୍ୟ, ୟୁରୋପୀୟ ସଂସଦର ୬ ରାଜନୈତିକ ଦଳର ସଦସ୍ୟମାନେ ଭାରତର ନାଗରିକତା ସଂଶୋଧନ ଆଇନ ବିରୁଦ୍ଧରେ ସଂଯୁକ୍ତ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ଏହି ପ୍ରସ୍ତାବରେ ଭାରତରେ ଲାଗୁ ହେବାକୁ ଥିବା ସିଏଏ ଆଇନକୁ ଭେଦଭାବ ପ୍ରକୃତିର ଦର୍ଶାଯାଇଥିଲା ।

ଏହି ମାମଲାରେ ଭାରତ କହିଛି କି, ନୂଆ ନାଗରିକତା ଆଇନ ସଂପୂର୍ଣ୍ଣ ରୂପେ ଭାରତର ଆଭ୍ୟନ୍ତରୀଣ ମାମଲା । ଏହାର ଉଦ୍ଦେଶ୍ୟ ପଡୋଶୀ ଦେଶରେ ଉତ୍ପୀଡନର ଶିକାର ହେଉଥିବା ଓ ଅଳ୍ପସଂଖ୍ୟକଙ୍କୁ ସଂରକ୍ଷଣ ଦେବା ।

Leave A Reply

Your email address will not be published.