Latest Odisha News

ଦେଶରେ ଅଚାନକ ହେଉଛି ପକ୍ଷୀମାନଙ୍କ ରହସ୍ୟମୟ ମୃତ୍ୟୁ; ଚିନ୍ତାରେ ସରକାର

ନୂଆଦିଲ୍ଲୀ: ଦେଶରେ ପ୍ରବାସୀ ପକ୍ଷୀମାନଙ୍କ ଅଚାନକ ଏବଂ ରହସ୍ୟମୟ ଭାବେ ମୃତ୍ୟୁ ହେଉଥିବା ଘଟଣା ଏବେ ସମସ୍ତଙ୍କୁ ଚକିତ କରିଛି। ସମ୍ପ୍ରତି ଅନେକ ରାଜ୍ୟରେ ପକ୍ଷୀଙ୍କ ରହସ୍ୟମୟ ମୃତ୍ୟୁ ପ୍ରଶାସନର ଚିନ୍ତା ବଢାଇ ଦେଇଛି। ପକ୍ଷୀମାନଙ୍କ ମୃତ୍ୟୁ ପଛରେ ବାର୍ଡ ଫ୍ଲୁ ହେବା ନେଇ ଆଶଙ୍କା କରାଯାଉଛି। କିନ୍ତୁ ଏ ନେଇ ଏପର୍ଯ୍ୟନ୍ତ ସରକାରୀ ବିବୃତ୍ତି ପ୍ରକାଶ କରାଯାଇ ନାହିଁ। ତେଣୁ ପକ୍ଷୀମାନଙ୍କର ମୃତ୍ୟୁ ବର୍ତ୍ତମାନ ପର୍ଯ୍ୟନ୍ତ ରହସ୍ୟ ଘେରରେ ରହିଛି। ହିମାଚଳ ପ୍ରଦେଶର ପ‌ୋଙ୍ଗ ଡ୍ୟାମ ଅଞ୍ଚଳରେ ୧୪୦୦ ରୁ ଅଧିକ ପ୍ରବାସୀ ପକ୍ଷୀ ମୃତ୍ୟୁରେ ଭାରତ ସରକାର ଚିନ୍ତା ପ୍ରକଟ କରିଛନ୍ତି। ଏଭଳି ପରିସ୍ଥିତିରେ କଙ୍ଗଡା ଜିଲ୍ଲା ପ୍ରଶାସନ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଡ୍ୟାମ ଜଳଭଣ୍ଡାରରେ ସମସ୍ତ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଇଛି।

ୱାଇଲ୍ଡ ଲାଇଫ୍ ୱିଙ୍ଗର ଉତ୍ତର ପ୍ରଦେଶର ମୁଖ୍ୟ ଅରଣ୍ୟପାଲ ଉପାସନା ପଟିଆଲାଙ୍କ ଅନୁଯାୟୀ, ହ୍ରଦ ବନ୍ଦ ହେବା ନେଇ ପ୍ରଶାସନଙ୍କୁ ଅବଗତ କରାଯାଇଛି। ଯାହା ଫ୍ଲୁରେ ଆକ୍ରାନ୍ତ ହେଲେ ମଧ୍ୟ ନିକଟସ୍ଥ ଫାର୍ମଗୁଡ଼ିକରେ ବ୍ୟାପିପାରିବ ନାହିଁ। ଏଥି ସହିତ, ଡିଏଫଏ ମଧ୍ୟ ସବ ଡିଭିଜନାଲ ସ୍ତରରେ ଥିବା ସମସ୍ତ ଏସଡିଏମଙ୍କ ସହ ଯୋଗାଯୋଗ କରି ସେମାନଙ୍କୁ ଏ ସମ୍ପର୍କରେ ଅବଗତ କରାଇଛି।

ପୋଙ୍ଗ ଡ୍ୟାମ ଅଞ୍ଚଳରେ ମୃତ୍ୟୁବରଣ କରିଥିବା ପକ୍ଷୀମାନଙ୍କର ମୃତ୍ୟୁର କାରଣ ଜାଣିବା ପାଇଁ ଭୋପାଳର ହାଇ ସିକ୍ୟୁରିଟି ପଶୁ ରୋଗ ଲ୍ୟାବକୁ ନମୁନା ପଠାଯାଇଥିବା କୁହାଯାଉଛି। ଏହାଫଳରେ ଶୀଘ୍ର ପକ୍ଷୀମାନଙ୍କର ମୃତ୍ୟୁର କାରଣ ଜଣାପଡ଼ିବ।

Leave A Reply

Your email address will not be published.