ନୂଆଦିଲ୍ଲୀ:ଭୂମଧ୍ୟରେଖା ପାଖରେ ରହୁଥିବା ପକ୍ଷୀମାନେ ଅଧିକ ରଙ୍ଗୀନ ହୋଇଥାନ୍ତି ବୋଲି ଆଜି ପ୍ରମାଣିତ ହୋଇଛି । ୨୦୦ ବର୍ଷ ତଳେ ବୈଜ୍ଞାନିକ ଚାର୍ଲସ ଡାରୱିନଙ୍କ ତଥ୍ୟ ଠିକ ଥିଲା ବୋଲି ଆର୍ଟିଫିଶିଆଲ ଇଂଟେଲିଜେନ୍ସି ଘୋଷଣା କରିଛନ୍ତି । ନେଚର ହିଷ୍ଟ୍ରି ମ୍ୟୁଜିୟମରେ ରଖାଯାଇଥିବା ୪୫୨୭ ପ୍ରଜାତିର ୨୪,୩୪୫ ପକ୍ଷୀଙ୍କୁ ନେଇ ଏହି ଗବେଷଣା କରାଯାଇଥିଲା ।
ଷ୍ଟାନଫୋର୍ଡ ୟୁନିଭରସିଟିର ବାୟୋସାଇନ୍ସ ବିଭାଗର ଚାରିସ କୁନେ ଓ ଗଭିନ ଥମାସ ଏହି ଗବେଷଣା କରିଥିଲେ । ଭୂମଧ୍ୟରେଖାଠାରୁ ଦୂରକୁ ଦୂର ଗଲେ ଏକ ଶେଷରେ ଏକ ନିର୍ଦ୍ଦିଷ୍ଟ ରଙ୍ଗର ପକ୍ଷୀ ଦେଖିବାକୁ ମିଳିଥାଏ । ଏହି ଥିଓରିକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଗ୍ରହଣ କରାଯାଇ ନ ଥିଲେ ଏବେ ଏଥିରେ ମୋହର ଲାଗିଛି ।
Comments are closed.