Latest Odisha News

ଆଘାତ ସମସ୍ୟା ଯୋଗୁ ଚଳିତ ଆଇପିଏଲରୁ ଓହରିଲେ ରାଜସ୍ଥାନର ନାଥାନ କୁଲ୍ଟର

ମୁମ୍ବାଇ: ଚଳିତ ଆଇପିଏଲରେ ରାଜସ୍ଥାନ ରୟାଲ୍ସକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ବୋଲର ନାଥାନ କୁଲ୍ଟର ନୀଲ ଆଘାତ ସମସ୍ୟା ଯୋଗୁ ସମ୍ପୂର୍ଣ୍ଣ ସିଜନରୁ ଓହରି ଯାଇଛନ୍ତି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ସେ ମାଂସପେଶୀ ଜନିତ ସମସ୍ୟାରେ ପଡିଥିଲେ । ଏହି ମ୍ୟାଚରେ ସେ ମହଙ୍ଗା ସାବ୍ୟସ୍ତ ହୋଇ ୩ ଓଭରରେ ୪୮ ରନ ଦେଇଥିଲେ । ସେ ଅଷ୍ଟ୍ରେଲିଆ ଫେରିଯିବେ ବୋଲି ଟିମ ମ୍ୟାନେଜମେଂଟ ପକ୍ଷରୁ କୁହାଯାଇଛି ।

ରାଜସ୍ଥାନ ଏଥର ତାଙ୍କୁ ମେଗା ନିଲାମରେ ୨ କୋଟି ଟଙ୍କାରେ ଟିମରେ ସାମିଲ କରିଥିଲା । ଟିମ ପକ୍ଷରୁ ଫିଜିଓ ଜନ ଗ୍ଲୋଷ୍ଟର ଏ ନେଇ ଏକ ଭିଡିଓ ମେସେଜ ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି । ନାଥାନଙ୍କ ବଦଳ ଖେଳାଳିଙ୍କ ନାମ ଟିମ ପକ୍ଷରୁ ଏ ପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ ।

Leave A Reply

Your email address will not be published.