କେନ୍ଦ୍ରାପଡ଼ା: ଆଜିଠାରୁ ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ ହୋଇଛି । ୭ ଦିନ ଧରି ଚାଲିବ ପକ୍ଷୀ ଗଣନା । ଏହି କାମରେ ନିୟୋଜିତ ଅଛନ୍ତି ୨ଟି ଟିମ୍ । ପ୍ରତି ଟିମ୍ରେ ୭ ଜଣ ଲେଖାଏ ସଦସ୍ୟ ଦେଶୀୟ ପକ୍ଷୀ ଗଣନା କରିବେ ।
ମୌସୁମୀ ସିଜିନରେ ଦେଶୀୟ ପକ୍ଷୀଙ୍କ ସମାଗମ ଭିତରକନିକାରେ ହୋଇଥାଏ । କପରଖାଇ, ରାଣୀ ବଗ, ପାଣିକୁଆ, ଗେଣ୍ଡାଳିଆ ଓ ଖଇରା ପକ୍ଷୀ ଏଠାକୁ ଆସିଥାଆନ୍ତି । ବିଭିନ୍ନ ସ୍ଥାନରେ ବସା ବାନ୍ଧି ବଂଶବୃଦ୍ଧି କରି ଥାଆନ୍ତି । ଏମାନଙ୍କ ସହ ବିଦେଶାଗତ ପକ୍ଷୀ ବି ଆସି ଥାଆନ୍ତି ଭିତରକନିକା ।
ମୌସୁମୀ ସିଜିନରେ ଆସୁଥିବା ପକ୍ଷା ଅକ୍ଟୋବର ଶେଷ ସୁଦ୍ଧା ଭିତରକନିକା ଛାଡ଼ି ଥାଆନ୍ତି । ଏହାପରେ ନଭେମ୍ବରରେ ଶୀତ ଋତୁରେ ରୁଷିଆ, କେନ୍ଦ୍ର ଏସିଆ, ଲଦଖ, ହିମାଳୟ ଆଦି ଅଞ୍ଚଳରୁ ଆସନ୍ତି ବିଦେଶାଗତ ପକ୍ଷୀ ।
Comments are closed.