Latest Odisha News

BREAKING NEWS

ଓଡ଼ିଶା ପୋଲିସର ଡିଏସପି ପଦରେ ନିଯୁକ୍ତ ହେଲେ ବରିଷ୍ଠ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା

ଭୁବନେଶ୍ୱର: ଓଡ଼ିଶା ପୋଲିସର ଡିଏସପି ପଦରେ ଯୋଗ ଦେଲେ ଟୋକିଓ ଅଲମ୍ପିକ୍ସର ଓଡ଼ିଆ ହକି ତାରକା ବୀରେନ୍ଦ୍ର ଲାକ୍ରା । ବୀରେନ୍ଦ୍ର ଲାକ୍ରା ଟୋକିଓ ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ । ତାଙ୍କୁ ରାଜ୍ୟ ସରକାର ଅର୍ଥ ପୁରସ୍କାର ସହ ପୋଲିସ ଡିଏସପି ପଦରେ ନିଯୁକ୍ତି ଦେବେ ବୋଲି ସାକାର ପ୍ରତିଶ୍ରୁତି ଦେଇଥିଲେ ।

ଆଜି ବିଦ୍ଧିବଦ୍ଧ ଭାବେ ବୀରେନ୍ଦ୍ର ଲାକ୍ରାଙ୍କୁ ପୋଲିସ ଡିଏସପିଭାବେ ନିଯୁକ୍ତ କରାଯାଇଛି । ହକି କ୍ଷେତ୍ରରେ ଲାକ୍ରା ସାରା ବିଶ୍ୱରେ ନିଜ ନାଁକୁ ପରିଚିତ କରାଇଛନ୍ତି ।

ପୂର୍ବରୁ ବୀରେନ୍ଦ୍ର ଲାକ୍ରାଙ୍କୁ ଅର୍ଜ୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ଏବଂ ଦେଶର ସର୍ବଶ୍ରେଷ୍ଠ ଓ ଉତ୍ତମ ଖେଳାଳୀ ଭାବେ ମଧ୍ୟ ତାଙ୍କୁ ଜାତୀୟ କ୍ରିଡ଼ା ପୁରସ୍କାରରେ ସମ୍ମାନିତ କରାଯାଇଛି ।

Comments are closed, but trackbacks and pingbacks are open.