Latest Odisha News

BREAKING NEWS

ପଞ୍ଚାୟତ ନିର୍ବାଚନରେ ବିଜେପି ହିଂସାକାଣ୍ଡ କରୁଥିବା ଅଭିଯୋଗ, ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେଡି

ଭୁବନେଶ୍ୱର:  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେପି ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହେଲା ବିଜେଡି । ବିଜେପି ନେତାମାନେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ସମୟରେ ବିଭିନ୍ନ ବୁଥରେ ହିଂସାକାଣ୍ଡ କରିଛନ୍ତି । ବିଜେଡି ନେତା ଓ ପ୍ରାର୍ଥୀ ମାନଙ୍କୁ ଆକ୍ରମଣ କରୁଛନ୍ତି ବିଜେପି କର୍ମୀମାନେ ।

ସାମ୍ବାଦିକ ମାନଙ୍କୁ ବିଜେପି କର୍ମୀମାନେ ମରଣାତ୍ମକ ଆକ୍ରମଣ କରୁଛନ୍ତି । ଯାହାକି ନିର୍ବାଚନ ଆଚରଣ ବିଦ୍ଧିର ସମ୍ପୁନ୍ନ ଉଲ୍ଲଙ୍ଘନ କରାଯାଉଛି ।ଯେଉଁ ବିଜେପି ନେତା ଓ କର୍ମୀମାନେ ଏପରି ହିଂସାକାଣ୍ଡ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେଡି ଦାବି କରିଛି ।ଗଞ୍ଜାମରେ ବିଜେପିର ସଭାପତି ବିଭୂତି ଭୂଷଣ ଜେନା ଓ ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାଁରେ ଅଭିଯୋଗ ଆଣିଛି ବିଜେଡି ।

ବିଜେପି ନେତାମାନେ ନିର୍ବାଚନ ଆସିଲେ ରକ୍ତମୁଖା ହୋଇ ହିିଂସାକାଣ୍ଡ କରୁଛନ୍ତି ବୋଲି ବିଜେଡି କହିଛି । ପୁରୀ ଜିଲ୍ଲା କଣାସ ବ୍ଲକରେ ଗତକାଲି ସାମ୍ବାଦିକଙ୍କ ଉପରେ ଆକ୍ରମଣ ଓ ମାଡମରା ପ୍ରସଙ୍ଗକୁ ବିଜେଡି ନିନ୍ଦା କରିବା ସହ ହିଂସାକାଣ୍ଡ କରିଥିବା ବ୍ୟକ୍ତିଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦଳ ଦାବି କରିଛି ।

ସେପଟେ ଗଞ୍ଜାମ ଜିଲ୍ଲାରେ ମଧ୍ୟ ବିଜେପି ନିର୍ବାଚନୀ ଆଚରଣ ବିଧି ଉଲ୍ଲଙ୍ଘନ କରିଛି । ବିଜେପିକୁ ପରାଜୟ ଭୟ ଘାରିଛି । ତେଣୁ ବିଜେପି କର୍ମୀମାନେ ହିଂସାକାଣ୍ଡ କରୁଛନ୍ତି ବୋଲି ବିଜେଡି କହିଛି । ଏସବୁ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନକୁ ଭେଟିବା ସମୟରେ ସୁଲତା ଦେଓ,ଲେନିନି ମହାନ୍ତି, ଇପ୍ସିତା ସାହୁ , ମଧୁସ୍ମିତା ନାୟକ, ଜ୍ୟୋତିର୍ମୟୀ ପରିଡା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed, but trackbacks and pingbacks are open.