Latest Odisha News

BREAKING NEWS

ବୈକୁଣ୍ଠନାଥ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ମିଳିତ

ଭୁବନେଶ୍ୱର : ବଡମ୍ବା ପୂଜ୍ୟପୂଜା ସଂସଦ ଓ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ସହଯୋଗରେ ସବୁଜକବି ବୈକୁଣ୍ଠନାଥ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଛି ।

ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହୃଷୀକେଶ ମଲ୍ଲିକଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ମୁଖ୍ୟ ଅତିଥି, ଭାବେ ବଡମ୍ବା ବିଧାୟକ, ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ବରେଣ୍ୟ ଅତିଥି ଓ ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ନିରାଶା ମଧ୍ୟରେ ଆଶାର ଉଜ୍ଜୀବନ ଥିଲା ବୈକୁଣ୍ଠନାଥଙ୍କ କବିତାର ନିଷ୍କର୍ଷ ବୋଲି ଏହି ସଭାରେ ବକ୍ତାମାନେ ମତ ପ୍ରକାଶ କରିଥିଲେ ।

ଏକାଡେମୀର ସଚିବ ଶୁଚିସ୍ମିତା ମନ୍ତ୍ରୀଙ୍କ ପ୍ରାରମ୍ଭ ଭାଷଣରୁ ଓ ଅତିଥି ପରିଚୟ ପ୍ରଦାନରୁ ଆରମ୍ଭ ହୋଇଥିବା ଏହି ଉତ୍ସବରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ସଂଗୀତା ପଣ୍ଡା ଓ ତାଙ୍କର ସାଥୀ ବୈକୁଣ୍ଠ ନାଥଙ୍କ ରଚିତ ସଂଗୀତ ପରିବେଷଣ କରିଥିଲେ । ଏକାଡେମୀର ଉପ ସଭାପତି ସଂଗ୍ରାମ ଜେନା ସମାପନୀ ବକ୍ତବ୍ୟ ପ୍ରଦାନ କରିଥିବାବେଳେ ପୂଜ୍ୟପୂଜା ସଂସଦ, ବଡ଼ାମ୍ବା ପକ୍ଷରୁ ରବୀନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.