Latest Odisha News

BREAKING NEWS

ବିଶ୍ୱଭୂଷଣ ହରିଚନ୍ଦନ ଛତିଶଗଡ଼ର ରାଜ୍ୟପାଳ ନିଯୁକ୍ତ

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେହିପରି କିଛି ରାଜ୍ୟରେ ରାଜ୍ୟପାଳଙ୍କୁ ବଦଳାଯାଇଛି। ଓଡ଼ିଶାର ଟାଣୁଆ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଛତିଶଗଡ଼ ରାଜ୍ୟପାଳ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି। ହରିଚନ୍ଦନ ପୂର୍ବରୁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଥିଲେ। ତେବେ ହରିଚନ୍ଦନଙ୍କ ସ୍ଥାନରେ ଅବସର ପ୍ରାପ୍ତ ଜଷ୍ଟିସ୍ ଏ୍‌ ଅବଦୁଲ ନଜୀରଙ୍କୁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି।

ସେହିପରି ଗତ ଜାନୁଆରୀ ମାସ ଠାରୁ ଚର୍ଚ୍ଚାରେ ରହୁଥିବା ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିବା ସହ ରମେଶ ବେସଙ୍କୁ ମହାରାଷ୍ଟ୍ରର ନୂଆ ରାଜ୍ୟପାଳ ନିଯୁକ୍ତ କରିଛନ୍ତି।

ସେହିପରି ଛତିଶଗଡର ରାଜ୍ୟପାଳ ଥିବା ସୁଶ୍ରୀ ଅନୁସୁଇୟା ଉଇକେଙ୍କୁ ମଣିପୁର ରାଜ୍ୟପାଳ ନିଯୁକ୍ତି ଦିଆଯାଇଛି। ମଣିପୁର ରାଜ୍ୟପାଳ ଥିବା ଏଲ୍‌.ଏ ଗଣେଶନଙ୍କୁ ନାଗାଲାଣ୍ଡ ଦାୟିତ୍ୱ ଦିଆଯାଇଛି। ଜାଣନ୍ତୁ କେଉଁ ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତି ଦେଲେ ରାଷ୍ଟ୍ରପତି।

ନବନିଯୁକ୍ତି ରାଜ୍ୟପାଳ ତାଲିକା।

୧. ଅବସରପ୍ରାପ୍ତ ଲେପ୍ଟନାଣ୍ଟ ଜେନେରାଲ କୈବଲ୍ୟ ତ୍ରିବିକ୍ରମ ପରନାୟକ- ଅରୁଣାଚଳ ପ୍ରଦେଶ
୨. ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ- ସିକ୍କିମ
୩. ସିପି ରାଧାକୃଷ୍ଣନ- ଝାଡ଼ଖଣ୍ଡ
୪. ଶିବ ପ୍ରତାପ ସୁକ୍ଳା- ହିମାଚଳ ପ୍ରଦେଶ
୫. ଗୁଲାବ ଚନ୍ଦ କଟାରିଆ – ଆସାମ
୬.ଅବସର ପ୍ରାପ୍ତ ଜଷ୍ଟିସ୍ ଏ୍‌ ଅବଦୁଲ ନଜୀର- ଆନ୍ଧ୍ରପ୍ରଦେଶ
୭. ବିଶ୍ୱଭୂଷଣ ହରିଚନ୍ଦନ-ଛତିଶଗଡ଼
୮. ସୁଶ୍ରୀ ଅନୁସୁଇୟା ଉଇକେ- ମଣିପୁର
୯. ଏଲ୍‌.ଏ ଗଣେଶନ- ନାଗାଲାଣ୍ଡ
୧୦ ଫଗୁ ଚୌହ୍ୱାନ- ମେଘାଳୟ
୧୧. ରାଜେନ୍ଦ୍ର ବିଶ୍ୱନାଥ ଅର୍ଲେକର- ବିହାର
୧୨. ରମେଶ ବେସ-ମହାରାଷ୍ଟ୍ର
୧୩. ଅବସର ପ୍ରାପ୍ତ ବ୍ରିଗେଡିୟର ଡ. ବିଜି ମିଶ୍ର- ଲଦାଖ ଉପରାଜ୍ୟପାଳ

Leave A Reply

Your email address will not be published.