Latest Odisha News

BREAKING NEWS

‘ବିଶ୍ୱରଞ୍ଜନଙ୍କ ଚିଠି’ ଉତ୍ସବ ଆୟୋଜିତ

ଭୁବନେଶ୍ୱର : ଲକ୍ଷ୍ମୀ କ୍ରିଏଟିଭ ସେଣ୍ଟର ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ‘ବିଶ୍ୱରଞ୍ଜନଙ୍କ ଚିଠି’ ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ଭାଷାବିତ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ‘ଚିଠି ଚିନ୍ମୟ’ ଏବଂ ସହିତ୍ୟିକା ନିରୂପମା ଆଚାର୍ଯ୍ୟଙ୍କୁ ‘ଚିଠି ଚିନ୍ମୟୀ’ ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା।

ବିଶିଷ୍ଟ ସାହିତ୍ୟିକ ଅଧ୍ୟାପକ ବିଶ୍ୱରଞ୍ଜନଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଖ୍ୟାତ ଗାଳ୍ପିକ ଅଚ୍ୟୁତାନନ୍ଦ ପତି ଉଦଘାଟକ ଭାବରେ, ଦୈନିକ ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ସମ୍ମାନନୀୟ ଅତିଥି ଭାବରେ ଏବଂ ପ୍ରଶାନ୍ତ ନନ୍ଦ, ଅର୍ଚ୍ଚନା, ନାୟକ ଏବଂ ରବି ନାରାୟଣ ସେନାପତି ଅନ୍ୟମତ ଅତିଥି ଭାବରେ ଯୋଗ ଦେଇଥିଲେ।

ଚିଠି ଏକ ଅନୁଭବ। ସେ ଅନୁଭବ ସବୁବେଳେ ସ୍ଵତନ୍ତ୍ର । ଓଡ଼ିଆ ସାହିତ୍ୟରେ ଚିଠିର ସ୍ଥାନ ସବୁବେଳେ ସ୍ୱତନ୍ତ୍ର ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ସରୋଜ ବଳ ଏବଂ ଛନ୍ଦା ମିଶ୍ର ସଙ୍ଗୀତ ପରିବେଷଣ କରିଥିବା ବେଳେ ‘ଚିଠି’ର ସମ୍ପାଦକ ନେତାଜୀ ଅଭିନନ୍ଦନ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ପ୍ରବୀଣ ଓ ନବୀନ ସାହିତ୍ୟିକ ଯୋଗ ଦେଇଥିଲେ।

Leave A Reply

Your email address will not be published.