Latest Odisha News

BREAKING NEWS

ବିଜେବିରେ ଆରମ୍ଭ ହେବ ୫ବର୍ଷିୟା ବିବିଏ ଏଲ୍‌ଏଲ୍‌ବି ପାଠ୍ୟକ୍ରମ

ଭୁବନେଶ୍ୱର : ୨୦୨୨-୨୩ ଶିକ୍ଷାବର୍ଷରୁ ବିଜେବି କଲେଜରେ ପିପିପି ମୋଡରେ ନୂଆ ସେଲ୍ଫଫାଇନନ୍ସିଂ ପାଠ୍ୟକ୍ରମ ଆରମ୍ଭ ହେବ । ଏନେଇ ବୁଧବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

BjdElectrycity

ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ପିପିପି ମୋଡରେ ବିଜେବି କଲେଜ ଏବଂ ୟୁଥ ଅର୍ଗାନାଇଜେସନ୍ ଫର୍ ଅର୍ବାନ ଆଣ୍ଡ ରୁରାଲ  ସର୍ଭିସର ମିଳିତ ସହଯୋଗରେ ୫ବର୍ଷିୟା ବିବିଏ ଏଲ୍‌ଏଲ୍‌ବି ପାଠ୍ୟକ୍ରମ ଆରମ୍ଭ ହେବ । ଏହି କୋର୍ସ ଲାଗି ୭୨ଟି ସିଟ୍ ରହିଛି । ତେବେ ଯେଉଁ ଛାତ୍ରଛାତ୍ରୀମାନେ +୨ଯେକୌଣସି ଷ୍ଟ୍ରିମରେ ସର୍ବନିମ୍ନ ୪୦%ରୁ ଅଧିକ ମାର୍କ ରଖିଥିବେ ସେହି ପିଲାମାନେ ଆବେଦନ କରିପାରିବେ ।

ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ନିୟମ ଅନୁସାରେ ମନୋନୀତ ପିଲାଙ୍କୁ ଏହି ପାଠ୍ୟକ୍ରମରେ ନାମଲେଖାଇବାକୁ ସୁଯୋଗ ଦିଆଯିବ । ତେବେ ଏହି ୫ବର୍ଷିୟା ସେଲ୍ଫଫାଇନାନ୍ସ ପାଠ୍ୟକ୍ରମ ଲାଗି ୩ବର୍ଷ ପାଇଁ କୋର୍ସ ଫି ବାବଦରେ ୪୦ହଜାର ଟଙ୍କା ଏବଂ ଅବଶିଷ୍ଟ ୨ବର୍ଷ ପାଇଁ ୫୦ହଜାର ଟଙ୍କା ଧାର୍ଯ୍ୟ ହୋଇଛି ।

Leave A Reply

Your email address will not be published.