Latest Odisha News

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୫୪)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’

ସେଦିନଠାରୁ ଆଜି ଯାଏ ପୁରା ବ୍ୟସ୍ତ ଭିତରେ ଥିଲି । କାମର ଚାପାରେ ଭାବିଲି ମୋତେ ନେଇ କେତେ କଣ ଭାବୁଥିବେ , କାଳେ ମୁଁ ମିଛ କହୁନଥିବି ବୋଲି କିଏ ଜାଣିଲା । ଆଜି ଟିକେ ଫ୍ରି ହୋଇ ତୁମ ପାଖକୁ ଏସବୁ ପଠେଇଲି । ଜାଣେ ଏସବୁ ଦେଖି ତୁମକୁ ଖୁବ କଷ୍ଟ ଯନ୍ତ୍ରଣା ହେଉଥିବ। ମୁଁ କିନ୍ତୁ ଚାହେଁ ଏ ଅନ୍ଧ ଖାଇ ଭିତରୁ ତୁମେ ଯେତେଶିଘ୍ର ବାହାରିବ ତୁମ ପାଇଁ ସେତେ ମଙ୍ଗଳକର ହେବ ଦି । ତୁମ ଆଖିରେ ପଡିଥିବା ସ୍ୱପ୍ନିଲ ନାମକ ପରଳର ଯଥାଶୀଘ୍ର ଚିକିତ୍ସା କର । ନହେଲେ ଅକାଳ ଆଉ ଅବେଳରେ ପୁରା ଆଖି ଟି ନଷ୍ଟ ହୋଇଯିବ। ସାଗର ଭାଇଟିଏ ପରି ଦୁଃଖ ଆଉ ଆବେଗଭରା ଗଳାରେ ଆସ୍ଥା କୁ ବୁଝାଉଥିଲା !ଯେତେବେଳେ ଯାହା ଦରକାର ମୋତେ ନିଶ୍ଚୟ କହିବ ଦି । ସବୁବେଳେ ଆଶା ରଖିଥିବି ତୁମର କେତେବେଳେ କୋଉ କାମରେ ଆସିବି ।

ଓଜସ୍ୱିନୀ ଦୀର୍ଘଶ୍ଵାସ ଟିଏ ଆସ୍ଥାର ନାକ ପୁଡ଼ା ଦେଇ ବହିଗଲା। ଟିକେ ବୋଧେ ହାଲ୍କା ବୋଧ କଲା ଆସ୍ଥା ! ସାଗରକୁ ସମୟ ଆସିଲେ ନିଶ୍ଚିତ ଭାବରେ ସାହାଯ୍ୟ ମାଗିବ ବୋଲି କଥା ଦେଲା !ସାଗର ପ୍ରତି ଥିବା ସନ୍ଦେହର ଚଲା ବାଦଲ ଆପେ ଆପେ ହଟିଗଲା ଆଉ ସେତେବେଳକୁ ସାଗରର ସମସ୍ତ ମେସେଜ ଡ଼ି ଲି ଟ୍ କରି ସାରିଥିଲା ସେ ।

ସମ୍ଭବ ଉଠି ଚା ପିଇବା ପାଇଁ ଆସ୍ଥାକୁ ଡାକ ପକାଇଲେ । ଆସ୍ଥା ସାଗରକୁ କହି ସାଙ୍ଗେ ସାଙ୍ଗେ ଫୋନ ରଖି ସମ୍ଭବ ଙ୍କ ପାଇଁ ଚା କରିବାକୁ କିଚେନକୁ ଗଲା । ବହୁ ଦିନର ବ୍ୟବଧାନ ପରେ ଦୁହେଁ ଏକାଠି ବସି ଚା ପିଇବାର ମଜା ନେଉଥିଲେ ହାଲ୍କା ବର୍ଷା ଭିଜା ପାଗରେ ଭିତରୁ ଗୋଟେ ଆଶ୍ୱସ୍ତ ବୋଧ ଅନୁଭବ କରୁଥିଲା ଆସ୍ଥା ।

ସୁରେଖା ଆସି, ମାଆ ପିଲାମାନେ ସ୍କୁଲରୁ ଆସିବା ସମୟ ହେଲାଣି ମୁଁ ବସ୍ ଷ୍ଟପେଜକୁ ଯିବି ? ନାଇଁରେ ଆଜି ବାବୁ ଅଛନ୍ତି ବାବୁ ଯିବେନି ତୁ ଆ’ ଚା ପିଇବୁ ସ୍ନେହ ସିକ୍ତ ଗଳାରେ ଆସ୍ଥା ସୁରେଖାକୁ କହିଲା ।

କ୍ରମଶଃ

Leave A Reply

Your email address will not be published.