Latest Odisha News

BREAKING NEWS

ବିଜେଡ଼ିର ୧୮ ବିଧାନସଭା ଆସନ ପ୍ରାର୍ଥୀ ଘୋଷଣା: ପାରାଦ୍ୱୀପରୁ ଦାମଙ୍କ ପୁଅ ସମ୍ବିତ, ପୁରୀରୁ ମହେଶ୍ୱର ଓ ଭଦ୍ରକରୁ ସଞ୍ଜୀବ ମଲ୍ଲୀକ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ୧୮ଟି ବିଧାନସଭା ଆସନର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଏହି ପ୍ରାର୍ଥୀ ତାଲିକା ଅନୁଯାୟୀ, ପାରଦ୍ୱୀପରୁ ବିଜେଡ଼ି ଛାଡ଼ି ବିଜେପିରେ ଯୋଗଦେଇଥିବା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟ ପ୍ରାର୍ଥୀ ହୋଇଥିବା ବେଳେ ବହୁଚର୍ଚ୍ଚିତ ପୁରୀ ବିଧାନସଭା ଆସନରୁ ପୁଣି ପ୍ରାର୍ଥୀ ହୋଇଛନ୍ତି ମନ୍ତ୍ରୀ ମହେଶ୍ୱର ମହାନ୍ତି । ସେହିପରି କଟକ-ବାରବାଟୀ ଆସନରେ ଦେବାଶୀଷ ସାମନ୍ତରାୟ ପ୍ରାର୍ଥୀ ହୋଇଥିବା ବେଳେ ଭଦ୍ରକ ଆସନରୁ ସଞ୍ଜୀବ ମଲ୍ଲିକଙ୍କୁ ଦଳ ପ୍ରାର୍ଥୀ ଭାବେ ଚୟନ କରିଛି ।

ବିଜେଡ଼ିର ୧୮ ବିଧାନସଭା ଆସନ ପ୍ରାର୍ଥୀ ତାଲିକା

ପୁରୀ- ମହେଶ୍ୱର ମହାନ୍ତି
ଜଟଣୀ- ବିଭୂତି ବଳବନ୍ତ ରାୟ
କଟକ-ବାରବାଟୀ- ଦେବାଶିଷ ସାମନ୍ତରାୟ
କଟକ ସଦର- ଚନ୍ଦ୍ର ସାରଥୀ ବେହେରା
ରେଙ୍ଗାଲୀ- ରୀନା ତନ୍ତି
ଜଷିପୁର- ଗୋଲକ ନାୟକ
ବାଙ୍ଗୀରପୋଷୀ- ସୁଦାମ ମରାଣ୍ଡି
ସାରସକଣା- ଅମରସିଂ ଟୁଡୁ
ଉଦଳା- ଶ୍ରୀନାଥ ସୋରେନ
ବାଲେଶ୍ୱର- ଜୀବନ ପ୍ରଦୀପ ଦାସ
ଜଳେଶ୍ୱର- ଅଶ୍ୱନୀ ପାତ୍ର
ବଡସାହି- ବୃନ୍ଦାବନ ଦାସ
ଭଦ୍ରକ- ସଞ୍ଜୀବ ମଲ୍ଲିକ
ସୋର- ପର୍ଶୁରାମ ଭଡା
ବଡଚଣା- ଅମର ପ୍ରସାଦ ଶତପଥୀ
ପାରାଦୀପ- ସମ୍ବୀତ ରାଉତରାୟ
ତିର୍ତ୍ତୋଲ – ବିଷ୍ଣୁ ଦାସ
ରାଜନଗର- ଧ୍ରୁବ ସାହୁ

 

Leave A Reply

Your email address will not be published.