Latest Odisha News

BREAKING NEWS

ରିଲିଜ ହେଲା ଅନୁଭବଙ୍କ ଅଭିନୀତ ‘ବିଜୁ ବାବୁ’ ଫିଲ୍ମ

ଭୁବନେଶ୍ୱର : ‘ଅକ୍ଷୟ ପରିଜା ପ୍ରଡ଼କ୍ସନ’ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ନିର୍ମିତ ଫିଲ୍ମ ‘ବିଜୁ ବାବୁ’ ପ୍ରେକ୍ଷାଳୟରେ ରିଲିଜ ହୋଇଯାଇଛି ।

ଏନେଇ ସୁପରିଷ୍ଟାର ଅନୁଭବ ଟ୍ୱିଟ୍ କରିଛନ୍ତି ।

ଫିଲ୍ମ ‘ବିଜୁବାବୁ’କୁ ଦେଖିବା ପାଇଁ ସିନେମା ହଲରେ ଦର୍ଶକଙ୍କ ଭିଡ ଜମିଥିବା ନଜର ଆସିଛି । ପୂର୍ବରୁ ଏହାର ଟ୍ରେଲର ଓ ଗୀତଗୁଡିକୁ ମଧ୍ୟ ଦର୍ଶକଙ୍କ ଭଲ ରେସପୋନ୍ସ ମିଳିଥିଲା ।

ଓଡ଼ିଶାର ପ୍ରବାଦ ପୁରୁଷ ଓ ମହାନାୟକ ବିଜୁ ପଟ୍ଟନାୟକଙ୍କୁ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବା ଏହି ସିନେମା ମାଧ୍ୟମରେ ଦର୍ଶାଯାଇଛି ବୋଲି କହିଛନ୍ତି ଏହାର ନିର୍ମାତା ।

ଦେବୀ ପ୍ରସାଦ ଲେଙ୍କା ଓ ବିଶାଲ ମୌର‌୍ୟ୍ୟ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ । ଏହି ଫିଲ୍ମ ‘ବିଜୁ ବାବୁ’ ର ପ୍ରଡ୍ୟୁସର ହେଉଛନ୍ତି ଅକ୍ଷୟ କୁମାର ପରିଜା ।

ଫିଲ୍ମରେ ଅନୁଭବଙ୍କ ବିପକ୍ଷରେ ସୁପ୍ରିୟା ସ୍କ୍ରିନ ଶେୟାର କରିଛନ୍ତି ।

Leave A Reply

Your email address will not be published.