Latest Odisha News

BREAKING NEWS

୩ ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ୱର: ରାଜ୍ୟର ୩ ମହାନଗର ନିର୍ବାଚନ ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଭୁବନେଶ୍ୱର ମହାନଗର ନିଗମ ପାଇଁ ସୁଲୋଚନା ଦାସଙ୍କ ନାଁରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସୁଲୋଚନା ଦାସ ଏବେ ଭିନ୍ନକ୍ଷମ କମିସନର ଅଧ୍ୟକ୍ଷ ଅଛନ୍ତି ।

ସେହିପରି ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପାଇଁ ବିଜେଡିର ମେୟର ପ୍ରାର୍ଥୀ ହୋଇଛନ୍ତି ସଂଘମିତ୍ରା ଦଳେଇ । ଏହି ଦୁଇ ମହାନଗର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।

କଟକ ମହାନଗର ନିଗମର ମେୟର ପାଇଁ ବିଜେଡି ବରିଷ୍ଠ ନେତା ସୁବାସ ସିଂଙ୍କୁ ପ୍ରାର୍ଥୀ କରିଛି । ସୁବାସ ଏବେ ରାଜ୍ୟସଭା ସଦସ୍ୟ ଅଛନ୍ତି । ତାଙ୍କ ନାଁ ସିଏମସି ମେୟର ନିର୍ବାଚନ ପାଇଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଆସନ୍ତା ୭ ତାରିଖରେ ପୌର ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ରହିଛି । ବର୍ତ୍ତମାନ ସୁଦ୍ଧା କଂଗ୍ରେସ କଟକ ଓ ଭୁବନେଶ୍ୱର ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିସାରିଛି । ଗିରିବାଳା ସାହୁଙ୍କୁ କଟକ ଓ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ଭୁବନେଶ୍ୱର ମେୟର ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ବିଜେପି ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ ।

Comments are closed, but trackbacks and pingbacks are open.