Latest Odisha News

BREAKING NEWS

ଚତୁର୍ଥ ପର୍ଯ୍ୟାୟ ଟିକେଟ୍ ଘୋଷଣା କଲା ବିଜେଡି, ଲେଖାଶ୍ରୀ ବାଲେଶ୍ବର ସାଂସଦ ପ୍ରାର୍ଥୀ

ଭୁବନେଶ୍ୱର: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ ନିଜର ଚତୁର୍ଥ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ପାରାଦୀପ ଆସନରୁ ସ୍ବର୍ଗତ ନେତା ଦାମ ରାଉତଙ୍କ ବିଧାୟକ ପୁଅ ସମ୍ବିତ ରାଉତରାୟଙ୍କ ପତ୍ନୀ ଗୀତାଞ୍ଜଳି ରାଉତରାୟ ପ୍ରାର୍ଥୀ ହୋଇଛନ୍ତି।

ସେହିପରି ଲକ୍ଷ୍ମୀପୁର ବିଧାନସଭା ପାଇଁ ପ୍ରଭୁ ଜାନୀ । ସମ୍ବଲପୁର ବିଧାନସଭା ଆସନରୁ ପ୍ରସନ୍ନ ଆଚାର୍ଯ୍ୟ, ରେଢାଖୋଲରୁ ରୋହିତ ପୂଜାରୀ, ତେଲକୋଇ ପାଇଁ ମାଧବ ସର୍ଦ୍ଦାର, ତାଳଚେରରୁ ବ୍ରଜ ପ୍ରଧାନ, ନର୍ଲାରୁ ମନୋରମା ପ୍ରଧାନ, ବାଲିଗୁଡ଼ାରୁ ଚକ୍ରମଣି କହଁର, ଭୁବନେଶ୍ବର ମଧ୍ୟରୁ ଅନନ୍ତ ଜେନା

ସେହିପରି ବାଲେଶ୍ୱର ଲୋକସଭା ଆସନ ପାଇଁ ବିଜେଡି ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ କରିଛି। ପୂର୍ବରୁ ବିଜେଡି 20ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ଏବେ ବାଲେଶ୍ବର ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ବିଜେଡି ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିଛି। ବାଲେଶ୍ବରରେ ବିଜେପିର ପ୍ରାର୍ଥୀ ରହିଛନ୍ତି ଏବେର ସାଂସଦ ପ୍ରତାପ ଷଡଙ୍ଗୀ।

ପାରାଦୀପ ଆସନ ପାଇଁ ବାପି ସର୍ଖେଲ ନହେଲେ ତାଙ୍କ ପତ୍ନୀଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ଦାମଙ୍କ ବିୟେୋଗ ହୋଇଥିବାରୁ ଅନୁକମ୍ପା ମୂଳକ ଭୋଟ୍ ପାଇଁ ବିଜେଡି ଗୀତାଞ୍ଜଳିଙ୍କୁ ପ୍ରାର୍ଥୀ କରିଥିବା କୁହାଯାଉଛି। ତେବେ ଜଗତସିଂହପୁର ଜିଲ୍ଲାରେ ଏରସମା-ବାଲିକୁଦ ଆସନ ନେଇ ଏଯାବତ ଦ୍ବନ୍ଦ୍ବ ରହିଛି।

ସେହିପରି ସମ୍ବଲପୁର ବିଧାନସଭା ଆସନରୁ ବିଜେପିର ପ୍ରାର୍ଥୀ ରହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର। ତାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି ବିଜେଡିର ପ୍ରସନ୍ନ ଆଚାର୍ଯ୍ୟ। ନିକଟରେ ଦୁର୍ଘଟଣା ପରେ ସୁସ୍ଥ ହୋଇଥିବା ଏହି ନେତା ପ୍ରଥମ ଥର ପାଇଁ ସମ୍ବଲପୁର ବିଧାନସଭା ଆସନରୁ ପ୍ରାର୍ଥ ହେଉଛନ୍ତି। ବଡକଥା ହେଉଛି ସମ୍ବଲପୁରର ବିଜେଡି ଲୋକସଭା ପ୍ରାର୍ଥୀ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ରହିଥିବା ବେଳେ ବିଜେପିର ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ନର୍ଲା ବିଧାନସଭା ଆସନରୁ ପ୍ରାର୍ଥୀ ବଦଳାଇଛି ବିଜେଡି। ଭୂପିନ୍ଦର ସିଂହଙ୍କ ସ୍ଥାନରେ ମନୋରମା ମହାନ୍ତି ଟିକେଟ୍ ପାଇଛନ୍ତି। ସେ ବ୍ଲକର ଦୁଇଥର ଅଧ୍ୟକ୍ଷା ରହିଥିବା ବେଳେ ତାଙ୍କ ସ୍ବାମୀ ମୁନା ମହାନ୍ତି ଉପାଧ୍ୟକ୍ଷ ରହିଛନ୍ତି।

Comments are closed.